ସୁନ୍ଦରଗଡ଼: ଟ୍ରକ୍‌ ଓଲଟି ବାଳକର ମୃତ୍ୟୁ

ସୁନ୍ଦରଗଡ଼: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଘୋଡ଼ାମରା ଘାଟି ପାଖରେ ଏକ କୋଇଲା ବୋଝେଇ ମଲ୍ଟି ଏକ୍ସଲ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ୧୩ ବର୍ଷ ବାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଳକର ନାମ ବିଶ୍ୱାସ ପଟ୍ଟା ଓ ତାଙ୍କ ଘର ହେମଗିରି ଥାନା ଅନ୍ତର୍ଗତ ବଲିର୍ଗାରେ ବୋଲି ଜଣାପଡ଼ିିଛି।
ମିଳିଥିବା ସୂଚନା ଅନୁଯାୟୀ, ମୃତ ବିଶ୍ୱାସଙ୍କ ବାପା ମଧ୍ୟ ଜଣେ ଟ୍ରକ୍‌ ଚାଳକ। ତେବେ ଆଜି ସକାଳେ ବିଶ୍ୱାସ ତାଙ୍କ ଗାଁର ଜଣେ ଡ୍ରାଇଭର ଚଳାଉଥିବା ଓଡି୧୬ ଡି ୫୩୭୪ ନମ୍ବର ବିଶିଷ୍ଟ ଟ୍ରକ୍‌ରେ ବସି ବାପାଙ୍କ ପାଖକୁ ଆସୁଥିବା ବେଳେ ହଠାତ ଟ୍ରକ୍‌ଟି ଘାଟି ନିକଟରେ ଥିବା ଏକ ଡାଇଭରସନ୍‌୍‍ ରୋଡରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଡ୍ରାଇଭର ଆହତ ହୋଇଥିଲେ ମଧ୍ୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତ। ମାତ୍ର ସେହିିଠାରେ ବିଶ୍ୱାସଙ୍କର ମୃତ୍ୟୁ ଘଟିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର