ବାଲେଶ୍ୱର: କୁନୁପଣ୍ଡା ହତ୍ୟାକାଣ୍ଡ ଘଟଣାରେ ୩ ଗିରଫ

ବାଲେଶ୍ୱର: ବାଲେଶ୍ୱରର ଚର୍ଚ୍ଚିତ କୁନୁ ପଣ୍ଡା ହତ୍ୟାକାଣ୍ଡର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୁଲିସ। ଏହି ଘଟଣାରେ ପଛରେ କୌଣସି ରାଜନୈତିକ ସମ୍ପର୍କ ଥିବା ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ବାଲେଶ୍ୱରର ଏସପି ନୀତିଶେଖର। ତେବେ ଏହି ହତ୍ୟାକାଣ୍ଡର କାରଣ ଗ୍ୟାଙ୍ଗ ଓ୍ଵାର ଓ ନିଜ ଗୋଷ୍ଠୀର ବଡ଼ିମା ଦେଖାଇବା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ସୂଚନା ଯୋଗ୍ୟ ଯେ ୧୫ ଦିନ ତଳେ ବାଲେଶ୍ୱର ଶୋଭାରାମପୁର ଅଞ୍ଚଳର କୁନୁପଣ୍ଡା ମୋଟରସାଇକେଲରେ ଯାଉଥିବା ବେଳେ ତାଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳିମାରି ଓ ଭୁଜାଲିରେ ହାଣି ହତ୍ୟା କରିଥିଲେ ଦୁର୍ବୃତ୍ତମାନେ। ଏ ସମ୍ପର୍କରେ ଏସପି ନୀତିଶେଖର କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ପଛରେ ୧୧ ଜଣଙ୍କ ହାତ ରହିଛି। ସେମାନଙ୍କ ମଧ୍ୟରୁ ଜିତେନ ମୁର୍ମୁ, ବାବୁ ରାଓ ଓ ଅଭି ଜେନାଙ୍କୁ ଗିରଫ କରାଯାଇଛି। ଜିତେନ ଓ ବାବୁଙ୍କ ଘର ତେଲେଙ୍ଗାସାହି ହୋଇଥିବା ବେଳେ ଅଭିଙ୍କ ଘର ଚାନ୍ଦିପୁର ଅଞ୍ଚଳରେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର