ବାହାଘର ଲଗ୍ନ ସାରି ଫେରୁଥିବା ସମୟରେ ବୋଲେରୋ ଓ ସାଇକେଲ ମୁହାଁମୁହିଁ ଧକ୍କା, ଜଣେ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ବରପଦା ମୁଣ୍ଡିମରା ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କପାସିଆ ଗ୍ରାମର ବସନ୍ତ ବାରିକ।

ସୂଚନାଯୋଗ୍ୟ, ଭଦ୍ରକ ବାରିକ ଛକ ନିକଟସ୍ଥ ଭବାନୀ ବିନ୍ଧର ଗ୍ରାମରୁ ପଳଶା ଅଞ୍ଚଳର ବ୍ରହ୍ମପୁରଗ୍ରାମକୁ କିଛି ଲୋକ ଏକ ବାହାଘର ପାଇଁ ଲଗ୍ନ ପାଇଁ ଆସିଥିଲେ। ଲଗ୍ନ ସାରି ବୋଲେରୋ ଯୋଗେ ଫେରୁ ଥିବା ସମୟରେ ଗାଡ଼ିଟି ଏକ ସାଇକେଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା, ଫଳରେ ବାଲେରୋଟି ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ ବୋଲେରୋ ମଧ୍ୟରେ ଥିବା ୯ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ସୂଚନା ମିଳିଛି। ଉତ୍ତ୍ୟକ୍ତଲୋକ ରାସ୍ତା ରୋକ କରିଛନ୍ତି।

ସମ୍ବନ୍ଧିତ ଖବର