ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଡମ୍ପର ଧକ୍କାରେ କୁତ୍ରା ବ୍ଲକ୍‌ ଧଙ୍ଗିରିଧୁପା ଗ୍ରାମର ଜଣେ ମହିଳାଙ୍କ ସୋମବାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ନାମ ସରସ୍ୱତୀ ଧନୁଆର ବୟସ ୨୮ବର୍ଷ ବୋଲି ଜଣାପଡ଼ିଛି। ଗୁରୁତର ଆହତଙ୍କ ନାମ ପ୍ରମିଳା ବରୁଆ ଓ ସୁନିତା କୁଜୁର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଦିନ ୩.୧୫ମିିନିଟ୍‌ରେ କୁତ୍ରା ବ୍ଲକ୍‌ ଧଙ୍ଗିରିଧୁପା ଗ୍ରାମର ସରସ୍ୱତୀ ଧନୁଆର ଯାଉଥିବା ବେଳେ ହଠାତ୍‌ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ମହିଳା ଏଥିରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେବା ସହିତ ଗୁରୁତର ଆହତଙ୍କୁ ଉଦ୍ଧାର କରି କୁତ୍ରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୁଲିସ ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର