ମହଙ୍ଗା ପଡ଼ିଲା ଅସଦାଚରଣ :ଯୁବକଙ୍କୁ ନିଧୂମ୍‌ ଛେଚି ପୁଲିସ ଜିମା ଦେଲେ

ଛେଣ୍ଡିପଦା: ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଛେଣ୍ଡିପଦା ଗାଁର ଅଧିବାସୀ ତଥା ପୂର୍ବତନ ସରପଞ୍ଚ ବିଜୁଳି ଦେହୁରୀଙ୍କ ପୁଅ ବିରଞ୍ଚି ଦେହୁରୀ (୩୧) ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ବିରଞ୍ଚିଙ୍କୁ ନିର୍ଧୂମ୍‌ ମାଡ଼ ମାରିବା ପରେ ପୁଲିସ ଜିମା ଦେଇଛନ୍ତି। ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ୧୪ ତାରିଖ ଦିନ ୧୦ଟାବେଳେ ଏକ କୂଅରେ କେତେକ ମହିଳାଙ୍କ ଜଣେ ୧୨ ବର୍ଷ ବୟସ୍କା ନାବାଳିକା ଗାଧୋଉଥିଲେ। ଏହି ସମୟରେ ବିରଞ୍ଚି ନାବାଳିକାଙ୍କୁ ଅସଦାଚରଣ କରିଥିଲେ। କେତେକ ଗ୍ରାମବାସୀ ପହଞ୍ଚିଯିବାରୁ ବିରଞ୍ଚି ଫେରାର ହୋଇଯାଇଥିଲେ। ପୀଡ଼ିତା ନାବାଳିକାଙ୍କ ସଂପର୍କୀୟ ଓ ଗ୍ରାମବାସୀ ଆଜି ସଂଧ୍ୟାରେ ବିରଞ୍ଚିଙ୍କୁ ଛେଣ୍ଡିପଦା ଥାନାଛକରୁ ଧରି ଗାଁକୁ ନେଇଥିଲେ। ଗାଁ ମଣ୍ଡପ ଛକରେ ଏକ ଗଛରେ ବାନ୍ଧି ନିର୍ଧୂମ ପିଟି ପୁଲିସ ଜିମା ଦେଇଥିଲେ। ପୀଡ଼ିତାଙ୍କ ବାପା ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ବିରଞ୍ଚିଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର