କଟକ: କଟକ ଆଠଗଡରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ । କଖଡି ଗ୍ରାମପଞ୍ଚାୟତରୁ ବିଦେଶୀ ମଦ ଦୋକାନ ହଟାଇବାକୁ ଏହି ଆନ୍ଦୋଳନ କରାଯାଉଥିବା ଜଣାପଡିଛି । ସରପଞ୍ଚ ଶାନ୍ତିପ୍ରିୟା ମହାନ୍ତି ସତ୍ୟାଗ୍ରହ ଅନଶନରେ ବସିଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଓଡିଶା ନିଶାମୁକ୍ତି ଅଭିଯାନରେ ସଂଯୋଜିକା ଅପର୍ଣ୍ଣା ସାମିଲ ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି କଖଡି ସରପଞ୍ଚ ଶାନ୍ତି ପ୍ରିୟା ମହାନ୍ତି ମୁଖମନ୍ତ୍ରୀଙ୍କୁ ଏକ ଚିଠି ଲେଖି ସ୍ଥାନୀୟ ଅଞ୍ଚଳରେ ମଦ୍ୟପମାନଙ୍କ ଦୌରାମ୍ୟ ବଢିବାରେ ଲାଗିଛି ତେଣୁ ଯଥା ଶୀଘ୍ର ସେହି ଅଞ୍ଚଳରେ ମଦକୁ ନିଷେଧ କରିବା ପାଇଁ କହିଥିଲେ । ତେବେ ସରକାର ଯଦି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସେ ଅନଶନରେ ବସିବେ ବୋଲି କହିଥିଲେ । ଆଜି ତାଙ୍କର ଏପରି ପ୍ରତିବାଦକୁ ସମ୍ମାନ ଦେଇ ରାଜ୍ୟସଭା ସାସଂଦ ତଥା ‘ସମ୍ବାଦ’ର ସମ୍ପାଦକ .ସୌମ୍ୟରଞ୍ଜନ ପଟ୍ଟନାୟକ ସେଠାରେ ପହଞ୍ଚି ସରପଞ୍ଚଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।