୧୫ ଦିନ ହେଲା ଏଟିଏମ୍‌ ବନ୍ଦ:ଏସ୍‌ବିଆଇ ମୁଖ୍ୟ ଶାଖା ଘେରିଲା ଆପ୍‌

ବଲାଙ୍ଗୀର:ଆମ ଆଦମୀ ପାର୍ଟି ଜିଲ୍ଲା ସଂଯୋଜକ ଅଜୟ ଦାସଙ୍କ ନେତୃତ୍ୱରେ ଆପ୍‌ର ବହୁ କାର୍ଯ୍ୟକର୍ତ୍ତା ବଲାଙ୍ଗୀର ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଶାଖା ଘେରଉ କରିଥିଲେ। ମୁଖ୍ୟ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବଲାଙ୍ଗୀର ସହରରେ ତଥା ଜିଲ୍ଲାର ପ୍ରତ୍ୟେକ ଏସ୍‌ବିଆଇ ଏଟିଏମ୍‌ ଗତ ୧୫ ଦିନରୁ ଅଧିକ ହେବ ବନ୍ଦ ପଡିଛି। ବ୍ୟାଙ୍କ ଉପଭୋକ୍ତା ବ୍ୟାଙ୍କକୁ ଯାଇ କାହିଁକି ବନ୍ଦ ରହିଛି ବୋଲି ପଚାରିଲେ ଆମେ ତାର ଉତ୍ତର ଦେଇ ପାରିବୁ ନାହିଁ ବୋଲି ବ୍ୟାଙ୍କ କର୍ମଚାରୀମାନେ କହୁଛନ୍ତି। ହଜାର ହଜାର ବ୍ୟାଙ୍କ ଉପଭୋକ୍ତା ତଥା ଜନସାଧାରଣ ଟଙ୍କା ଉଠାଇ ନପାରି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ତଥା ବ୍ୟାଙ୍କ ଏଟିଏମ୍‌ କାଉଣ୍ଟର ଖୋଲିବା ଦାବିରେ ଆପ ବଲାଙ୍ଗୀର ଶାଖା ପକ୍ଷରୁ ଘଣ୍ଟାଏ ଯାଏ ବ୍ୟାଙ୍କର ଗେଟ୍‌ରେ ତାଲା ମାରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଷ୍ଟେଟ ବ୍ୟାଙ୍କ ଆର୍‌ଏମ୍‌ ସପନ କୁମାର ଧଳ ବିକ୍ଷୋଭ ସ୍ଥଳକୁ ଆସି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସହରର ସମସ୍ତ ଏଟିଏମ୍‌ ଖୋଲାଯିବ ଓ ଗ୍ରାହକଙ୍କୁ ସୁବିଧା ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ସ୍ଥଗିତ କରାଯାଇଥିଲା। କାର୍ଯ୍ୟକ୍ରମରେ ପରେଶ ନନ୍ଦ, ମଙ୍ଗଳ ସିଂ, ଅନୁପ ହରପାଲ, ସତ୍ୟ ପ୍ରକାଶ ଭୋଇ, ପ୍ରକାଶ କେଜ୍ରିୱାଲ, ତପନ କାଲସାଏ, ଭକ୍ତ ପ୍ରହଲ୍ଲାଦ ସାହୁ, ବିଶିଷ୍ଟ ଭଦ୍ରା, କଲ୍ୟାଣି ପଧାନ, ଜୁଲି ଶର୍ମା, ଅହଲ୍ୟା ବାରିକ, ପୁଷ୍ପଲତା କାଲସାଏ, ସେବତୀ ମେହେର, ଶିଥିରୋ ରୋହିଦାସ, ସୁରୁବାରିି ରୋହିଦାସ, ଚୈତନ୍ୟ ମଟାରୀ , ସଞ୍ଜୁ ମିଶ୍ର, ଜ୍ୟୋସ୍ନାରାଣୀ ପୃଷ୍ଟି, ଅନିତା, ଗାୟତ୍ରୀ ଦାସ, ଶ୍ୟାମ ସୁନ୍ଦର ବଗର୍ତ୍ତୀ, ଶ୍ରୀନିବାସ ମହାପାତ୍ର, ଟିଟସ ନନ୍ଦ, ଜ୍ୟୋତି ରଣା, ଜିତେନ୍ଦ୍ର ପୃଷ୍ଟି, ବିନୀ ନାଗ, ଭାଗ୍ୟଶ୍ରୀ ବେହେରା, ଗୋପାଳ କୃଷ୍ଣ ପାତ୍ର, ଉମେଶ ବାରିକ, ଦୀପ୍ତିମୟୀ ସିଂଦେଓ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର