ଚାଲାଣ ବେଳେ ୧୨ ବଳଦ ଉଦ୍ଧାର, ୫ ଅଟକ

ଲୋଇସିଂହା: ଲୋଇସିଂହା ଥାନା ଅର୍ନ୍ତଗତ ବୁଦେଲବାହାଲି ଗ୍ରାମରୁ ଏକ ଟ୍ରକରେ ଚାଲାଣ ହେଉଥିବା ବେଳେ ୧୨ଟି ବଳଦକୁ ପୁଲିସ ଉଦ୍ଧା କରିଛି। ଏଥିରେ ସଂପୃକ୍ତ ପ୍ରାୟ ୫ ଜଣ ଲୋକଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି। ପୁଲିସ ସୂଚନା ଅନୁସାରେ, ଗୋରୁ ଚାଲାଣ ହେଉଥିବା ନେଇ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କଠାରୁ ଖବର ପାଇ ପୁଲିସ ଶନିବାର ରାତି ପ୍ରାୟ ୧୦ଟାରେ ବୁଦେଲବାହାଲି ଗାଁରେ ପହଞ୍ଚିଥିଲା। ପୁଲିସ ସେଠାରେ ଗୋଟିଏ ଟ୍ରକ୍‌ (ଓଡି ୦୨ ଏକେ ୭୦୪୨)ରେ ଥିବା ୧୨ଟି ବଳଦକୁୁ ଜବତ କରି ଥାନାକୁ ଆଣିଥିଲେ। ସେହିପରି ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଏକ ବଲେରୋ (ଓଆର ୦୨ ଏଏଚ ୦୯୭୩)କୁ ବି ଜବତ କରିଥିଲେ।

ଏହି ସମୟରେ ବଳଦ ନେବା ପାଇଁ ଆଉ ୨ଟି ଟ୍ରକ୍‌ ଓ ୨ଟି ବଲୋରୋ ନେଇ କିଛି ଲୋକ ପହଞ୍ଚିଥିବା ବେଳେ ସେଠାରେ ପାଟିତୁଣ୍ଡ ହେଉଥିବାରୁ ସେମାନେ ଫେରି ଯାଇଥିଲେ। ତେବେ ଟ୍ରକ ଡ୍ରାଇଭର ସନ୍ତୋଷ ମାଝୀ, ବଲେରୋ ଡ୍ରାଇଭର ଆଶିଷ ସ୍ୱାଇଁ, ବଳଦ ବିକ୍ରେତା ବୁଦେଲବାହାଲିର ବଂଶୀଧର ବୁଡେକଙ୍କ ସହ ୫ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛନ୍ତି। ତେବେ ସେମାନେ ଲୋକଙ୍କ ମାଡ଼ରେ ଆହତ ହୋଇଥିବାରୁ ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲେ। ଅନ୍ୟ ପକ୍ଷରେ ବିକ୍ରେତା ଶ୍ରୀ ବୁଡେକ ସେମାନଙ୍କୁ କିଛି ଲୋକ ମାଡପିଟ କରି ଗାଡ଼ିର କାଚ ଭାଙ୍ଗି ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଗୋରୁ ବେପାରୀ ଧରା ପଡି ନ ଥିବା ବେଳେ କୌଣସି ମାମଲା ବି ରୁଜୁ ହୋଇନାହିଁ। ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର