ପାର୍ସଲ ବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଖାରଜ

ବଲାଙ୍ଗୀର: ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଖଳନାୟକ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ ୨ରେ ଗୁରୁବାର ଶୁଣାଣୀ ହୋଇଥିଲା। ଗୁରୁବାର ସଂରକ୍ଷିତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ରାୟରେ ଅତିରିକ୍ତ ଜିଲ୍ଲା ଦୌରାଜଜ -୨ ଅନିତା ସାହୁ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।

ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ପାଇଁ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଓକିଲ ଶ୍ରୀମଦ୍‌ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ସରକାରୀ ଓ ପୁଞ୍ଜିଲାଲ ମେହେରଙ୍କ ଓକିଲଙ୍କ ଉପସ୍ଥିତିରେ ରାୟ ପ୍ରକାଶ ପାଇଛି। ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ରାୟ ପ୍ରକାଶ ପାଇବା ପୂର୍ବରୁ ଆଜି ଅପରାହ୍ନ ୧୧ଟାରୁ ପୂର୍ବାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଦୌରାଜଜ -୨ଙ୍କ ଅଦାଲତରେ ଭୀଷଣ ଖରା ସତ୍ୱେ ବହୁତ ଭିଡ଼ ପରିଲକ୍ଷିତ ହୋଇଥିଲା। ପୁଞ୍ଜିଲାଲଙ୍କ ଜାମିନ ନମିଳିବା ପର୍ଯ୍ୟନ୍ତ ସେ ଜେଲରେ ରହିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ବଲାଙ୍ଗୀର ଜିଲ୍ଲା ଭଇଁସା ଜ୍ୟୋତିବିକାଶ ଜୁନିଅର କଲେଜର ଇଂରାଜୀ ଅଧ୍ୟାପକ ନିଜ ପଦବୀରେ ସନ୍ତୁଷ୍ଟ ନଥିଲେ। ସେ ସବୁବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଅଧ୍ୟକ୍ଷା ସଞ୍ଜୁକ୍ତା ସାହୁଙ୍କ ଚୌକି ଉପରେ ନଜର ପକାଉଥିଲେ, ଯାହାକୁ ନେଇ ଉଭୟ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଇଥିଲା। ଏଥିପାଇଁ ପୁଞ୍ଜିଲାଲଙ୍କୁ ସାଥୀ କର୍ମଚାରୀମାନେ କମେଣ୍ଟ ମଧ୍ୟ କରୁଥିଲେ। ସେଥିପାଇଁ କ୍ରୋଧରେ ପୁଞ୍ଜିଲାଲ ହତ୍ୟାକାଣ୍ଡ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଗତ ଫେବ୍ରୁଆରି ୧୮ରେ ବିବାହ କରିଥିବା ସଞ୍ଜୁକ୍ତାଙ୍କ ପୁଅ ସୌମ୍ୟଶେଖର ଓ ବଧୂ ଫେବ୍ରୁଆରି ୨୩ରେ ପୁଞ୍ଜିଲାଲଙ୍କ ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର