ସାମଗ୍ରିକ ବିକାଶ ହିଁ ଏକମାତ୍ର ଲକ୍ଷ୍ୟ: ଦେବେଶ

ବରଗଡ଼: ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, କୃଷି, ଶିଳ୍ପ ଆଦି କ୍ଷେତ୍ରରେ ବିକାଶ ହେଲା ସଫଳତାର ଉପଲବ୍ଧି। ଏହି ଉପଲବ୍ଧି ବରଗଡ଼ ନିର୍ବାଚନମଣ୍ଡଳୀ ମଧ୍ୟ ଅନୁଭବ କରିଛି। ଆଗକୁ ବିକାଶଧାରା ନିରନ୍ତର ଜାରି ରହିବ ବୋଲି ଶୁକ୍ରବାର ନିଜ ତୋଫାନୀ ପ୍ରଚାର ଗସ୍ତ ବେଳେ ବିଧାୟକ ଦେବେଶ ଆଚାର୍ଯ୍ୟ ମତ ରଖିଛନ୍ତି। ସାମଗ୍ରିକ ବିକାଶ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ। ବିକାଶ ପ୍ରକ୍ରିୟାରେ କୌଣସି ପରିସ୍ଥିତିରେ ସାଲିସ୍‌ କରାଯିବନାହିଁ କିମ୍ବା କାହାକୁ ଏଥିରେ ବାଧା ଦେବାକୁ ସୁଯୋଗ ଦିଆଯିବନାହିଁ ବୋଲି ବରଗଡ଼ ବ୍ଲକ ବାଲିଯୋରି, ଧଁଉରାଖନ୍ଦା, ବାଗଡ଼ିଆ, ନିଲେଶ୍ବର, ବାନ୍ଦେନବାହାଲି, ଖଲିଆଟିକ୍ରା, ଟାଙ୍ଗରଟିକ୍ରା, ସାହାଜବାହାଲ, ପୋଡ଼ମୁଣ୍ତା, ବୀରମାଲ ଆଦି ଗାଁରେ ରୋଡ୍‌ ସୋ’ କରି ଶ୍ରୀ ଆଚାର୍ଯ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାସହିତ ସେ ଘର ଘର ବୁଲି ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଉପରେ ଜନତାଙ୍କୁ ବୁଝାଇ ବିଧାନସଭା ଏବଂ ଲୋକସଭା ଆସନରେ ବିଜେଡିକୁ ବିପୁଳ ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି। ସେହିପରି ବିଧାୟକଙ୍କ ପାଇଁ ଧର୍ମପତ୍ନୀ ମହେଶ୍ବତା ଆଚାର୍ଯ୍ୟ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସ୍ବାମୀ ଶ୍ରୀ ଆଚାର୍ଯ୍ୟ ଓ କାକା ଶ୍ବଶୁର ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ସେ ଦଳର ମହିଳା ବ୍ରିଗେଡ୍‌କୁ ସାଥୀ କରି ଭୋଟ୍ ପ୍ରଚାର କରୁଛନ୍ତି।

ତୋରା ସରପଞ୍ଚଙ୍କ ସହ ୧୯ ୱାର୍ଡ ସଭ୍ୟ ବିଜେଡିରେ
ବରଗଡ଼: ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଏକ ଓ ବିଧାୟକ ଦେବେଶ ଆଚାର୍ଯ୍ୟ, ବରିଷ୍ଠ ନେତା ସମ୍ବିତ ଆଚାର୍ଯ୍ୟ, ଶୈଳେଶ ନାଏକଙ୍କ ଉପସ୍ଥିତିରେ ତୋରା ସରପଞ୍ଚ ଉତ୍ତମା ମହାପାତ୍ର, ନାଏବ ସରପଞ୍ଚ ଅମୃତା ପ୍ରଧାନ, ୱାର୍ଡ ସଭ୍ୟ ସୂର୍ଯ୍ୟକାନ୍ତି ଛତର, ଘନଶ୍ୟାମ ସେଠ୍‌, ମନବୋଧ ବନଛୋର, ମାୟାରାମ ଯାଦବ, ଫ୍ରେନସିସ୍‌ ବେଦୀ, କେଳିପ୍ରଭା ପ୍ରଧାନ, ସୁରେଖା ବାଗ, କାମିନୀ ଗୁଇଁ, ଯଶୋବନ୍ତି କୁମ୍ଭାର, ହରିହର ଷାଣ୍ଢ, ଦୀପା ବିଶି, କଲ୍ୟାଣୀ ବିଶି, ଟିକେଲାଲ ବନଛୋର, କିଶୋର ବିଶି, ଗୋକୁଲାନନ୍ଦ ସାହୁ, ଶତୃଘ୍ନ ପଟେଲ, ଦିଲିପ ଦାଶ, ସନ୍ତୋଷିନୀ ସାହୁ ପ୍ରମୁଖ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବ ଓ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବତନ ସରପଞ୍ଚ ମିଲୁ ମହାପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିରାଟ ମିଶ୍ରଣ ପର୍ବରେ ବିଭିନ୍ନ ଦଳର ବହୁ ସଂଖ୍ୟାରେ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର