କୋଶଇପାଲିରେ ଶାମ୍ବଦଶମୀ ପର୍ବ ପାଳିତ

ଭଟଲି: ଭଟଲି ବ୍ଲକ୍‌ କେଶାଇପାଲି ଗାଁ ବଡ଼ଦେଓ ଗୁଡିରେ ବୁଧବାର ଆଞ୍ଚଳିକ ଷଡ଼ବଂଶୀୟ ଗୋଣ୍ଡ ସମାଜ ପକ୍ଷରୁ ଶାମ୍ବଦଶମୀ ପର୍ବ ପାଳିତ ହୋଇଯାଇଛି। ଏହି ଅବସରରେ ଏକ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା ପରେ ଗୁଡ଼ିରେ ପହଞ୍ଚିବା ପରେ ବଡ଼ଦେଓଙ୍କୁ ସ୍ନାନ କରାଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ମନ୍ଦିରରେ ନୂତନ ଧ୍ବଜାରୋହଣ କରାଯାଇତିଲା। ଏହି ଅବସରରେ ଗାଁ’ର ଜମିଦାର ଲକ୍ଷ୍ମୀ ନାରାୟଣ ସିଂହଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ରୋହିତ ଦାଓ, ରୁପାନନ୍ଦ ନାୟକ, ପ୍ରଶାନ୍ତ ସିଂହ, ତୁଳାରାମ କୁମୁରା, ଶ୍ରୀମାନ ନେଟି, ଋଷିରାମ ସିଂହ, ମୋତିଲାଲ ସିଂହ, ଗୋପୀନାଥ ସିଂହ, କୃଷ୍ଣ ଧରୁଆ, ରବୀନ୍ଦ୍ର ସିଂହ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୨୩ ତାରିଖ ଦିନ ଡେବ୍ରିଗଡ଼ରେ ବୀରସୁରେନ୍ଦ୍ର ସାଏ ଓ ବଳଭଦ୍ର ସିଂ ଦାଓଙ୍କ ଜୟନ୍ତୀ ପାଳନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ରୁପାନନ୍ଦ ନାୟକ ଧନ୍ୟବାଦ ଦେଇଥିଲେ। ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।

ସମ୍ବନ୍ଧିତ ଖବର