ଗୁଳି ଫୁଟାଇ ଲୁଟ ଉଦ୍ୟମ

ରାଣୀତାଲ,  :  ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଦୁଇ ଜଣ ଦୁର୍ବୃତ୍ତ ପିଛା କରି ଗୁଳି ଫୁଟାଇ ଟଙ୍କା ଲୁଟ ଉଦ୍ୟମ କରୁଥିଲେ। ଲୋ‌‌କେ ପହଞ୍ଚିଯିବାରୁ ଲୁଟ ଉଦ୍ୟମରେ ବିଫଳ ହୋଇଥିଲେ।

ପ୍ରକାଶଯେ ରାଜେନ୍ଦ୍ର ଶୁକ୍ଳ ଦୋକାନ ବନ୍ଦ କରି ରାତି ସାଢ଼େ ୯ଟାରେ ରାଣୀତାଲରୁ ରାହାଞ୍ଚ ଯାଉଥିିଲେ। ଏହି ସମୟରେ ନମ୍ବର ବିହୀନ ଆପାଚି ଗାଡିରେ ଦୁଇଜଣ ଦୁର୍ବୃତ୍ତ ଅନୁସରଣ କରି ଯାଇଥିଲେ। ରାହାଞ୍ଜ ମଠ ପୋଖରୀ ନିକଟରେ ବ୍ୟବସାୟୀର ଗାଡିକୁ ଦୁର୍ବୃତ୍ତ ଧକ୍କା ମାରି ଦୁଇ ରାଉଣ୍ଡ ଗୁଳି ଚଳାଇ ଟଙ୍କା ଛଡାଇବାକୁ ଉଦ୍ୟମ କରିଥିଲେ। ବନ୍ଧୁକ ଗୁଳି ଶୁଣି ଲୋକେ ଦୌଡି ଆସିବାରୁ ଦୁର୍ବୃତ୍ତ ଦୁଇ ଜଣ ଗାଡି ଛାଡି ବିଲ ଭିତରେ ଦୌଡି ପଳାଇଥିିଲେ। ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା‌େର ବିଳମ୍ବ ହେବାରୁ ଲୋକେ ଗାଡିଟିକୁ ଭାଙ୍ଗି ଦେଇଛନ୍ତି। ଗ୍ରାମାଞ୍ଚଳ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତ ଦୁଇଜଣଙ୍କର କୌଣସି ପତ୍ତା ମିଳି ନାହିଁ।

ସମ୍ବନ୍ଧିତ ଖବର