ଡିଭାଇଡର ଉପରେ ଚଢ଼ିଗଲା କାର୍: ୫ ବର୍ଷର ଝିଅ ସହ ବାପାଙ୍କ ମୃତ୍ୟୁ, ୩ ଗୁରୁତର

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଥାନା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଆଖୁଆପଦା ଯଶୋଟିକିରି ନିକଟରେ ରାଜପଥ ଡିଭାଇଡର ଉପରେ ଚଢ଼ିଗଲା କାର। ଏଥିରେ ୫ବର୍ଷର ଶିଶୁ କନ୍ୟା ସହିତ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ। ଗାଡ଼ିରେ ଥିବା ଅନ୍ୟ ୩ଜଣ ଗୁରୁତରଙ୍କ ମଧ୍ୟରୁ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡ଼ିଛି।

ମଧ୍ୟପ୍ରଦେଶ ଅଞ୍ଚଳର ବାସିନ୍ଦା ଜଗନ୍ନାଥ ଦର୍ଶନ ସାରି ଫେରିବା ବେଳେ ରବିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି।ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର