ପୁଅର ନିର୍ବନ୍ଧ ଖବର ଦେବାକୁ ବନ୍ଧୁ ଘରକୁ ଯାଉଥିଲେ ବାଇକ୍‌ ଆରୋହୀ, ଅଜଣା ଗାଡ଼ି ଧକ୍କାରେ ମୃତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ସୁଖବନ୍ଧ ଗାଁରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହାତୀକୁଚା ଗାଁର ଭୁଲୁ ମହାନ୍ତ ବୋଲି ଜଣାପଡ଼ିଛି। ସେ ପୁଅର ନିର୍ବନ୍ଧ ଖବର ଦେବା ପାଇଁ ବନ୍ଧୁ ଘରକୁ ଯାଉଥିଲେ।

ସୂଚନା ଅନୁସାରେ ଭୁଲୁ ମହାନ୍ତ ଆଜି ୨୧୫ ନମ୍ବର ଜାତୀୟ ରାଜପଥରେ ପୁଅର ନିର୍ବନ୍ଧ ଖବର ଦେବାକୁ ବନ୍ଧୁ ଘରକୁ ଯାଉଥିଲେ। ଏହି ସମୟରେ ସୁଖବନ୍ଧ ଗାଁ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ପୁଲିସ ପହଞ୍ଚି ମୃତଦେହ ଓ ବାଇକ ଜବତ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର