ଯାଜପୁର: ଯାଜପୁରରେ ଏକ ବାଇକ ସହ କଣ୍ଟେନର ଦୁର୍ଘଟଣା ହୋଇଛି। ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି। ଘଟଣାଟି ଯାଜପୁର ଜିଲ୍ଲାର ୧୬ନଂ ଜାତୀୟ ରାଜପଥ ଜାରକା ଛକ ନିକଟରେ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ମଙ୍ଗଳପୁର ଥାନା ଅଞ୍ଚଳର ଆଂଜେନ ପ୍ରସାଦ ରାୟଙ୍କ ପୁଅ ଦେବ ପ୍ରସାଦ ରାୟ।
Sambad is now on WhatsApp
Join and get latest news updates delivered to you via WhatsApp
ଦେବ ବାଇକ ଯୋଗେ ଚଣ୍ଡିଖୋଲ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏକ ଡମ୍ପର ଗାଡ଼ି ତାଙ୍କୁ ସାଇଡ୍ ମାରିବାରୁ ଦେବ ପ୍ରସାଦ ତଳେ ପଡ଼ିଯାଇଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ କଣ୍ଟେନର ତାଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଖବର ପାଇ ଧର୍ମଶାଳା ପୁଲିସ ମୃତଦେହକୁ ଉଦ୍ଧାର କରି ଦୁର୍ଘଟଣା କରିଥିବା କଣ୍ଟେନରକୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି। ପୁଲିସ ଘଟଣାର ତଦନ୍ତ କରୁଛି।