ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ୟୁଥ ରେଡ୍‌ କ୍ରସ ଯୁନିଟ୍‌ ତରଫରୁ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ କରାଯାଇଛିା ଅଧ୍ୟକ୍ଷ ବିରେନ କୁମାର ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୟୁଥ୍‌ ରେଡକ୍ରସ କାଉନସିଲର ଡ.ପ୍ରକାଶ କୁମାର ସେନାପତି ରକ୍ତଦାନ ଦିବସର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲୋ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପ୍ରତ୍ୟେକ ବର୍ଷ ଅନ୍ୟୁନ ୨ ରୁ ୩ଟି ରକ୍ତଦାନ ଶିବିର ସଫଳତାର ସହ ଆୟୋଜନ କରିପାରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଅବଦାନ ଏଥିରେ ଅଧିକରୁ ଅଧିକ ରହୁଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରକାଶ କରିଥିଲୋ

ଅବିଭକ୍ତ କୋରାପୁଟ ଜିଲ୍ଲା ଅଧିକାଂଶ ଗାଁ ମାନଙ୍କରେ ବର୍ତ୍ତମାନ ମଧ୍ୟ ଅନେକ ଲୋକ ରକ୍ତ ସଂଗ୍ରହ ର ତାତ୍ପର୍ଯ୍ୟ ବିଷୟ ଉପରେ ଅବଗତ ନୁହଁନ୍ତି କିନ୍ତୁ କୋରାପୁଟ ଡାକ୍ତରଖାନା ମେଡିକାଲ୍‌ କଲେଜର ମାନ୍ୟତା ପାଇବା ପରେ କେବିକେ ଜିଲ୍ଲା ଗୁଡିକ ଠାରୁ ଆରମ୍ଭ କରି ବାହାର ଜିଲ୍ଲାର ରୋଗୀ ମଧ୍ୟ ଚିକିତ୍ସା ପାଇଁ ଆସି ରକ୍ତର ଆବଶ୍ୟକତା କରିଥାନ୍ତି। ତେଣୁ ଆଗାମୀ ଦିନରେ ଅଧିକରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରିବା ସକାଶେ ଲକ୍ଷ୍ୟ ଧାର୍ଯ୍ୟ କରିବା ସକାଶେ ଅଧ୍ୟକ୍ଷ ପ୍ରକାଶ କରିଥିଲୋ

ରକ୍ତଦାନ ଶିବିର ଆୟୋଜନରେ ସମ୍ବାଦ ଓ ଆମ ଓଡିଶାର ଅବଦାନ ମଧ୍ୟ ଯଥେଷ୍ଟ ଅଧିକ ରହୁଥିବା ଶ୍ରୀ ସେନାପତି ପ୍ରକାଶ କରିଥିଲୋ ଏହି ସ୍ୱତନ୍ତ୍ର ଦିବସ ଅବସରରେ ରେଡ୍‌କ୍ରସ କାଉନସିଲର ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ, ଅଧ୍ୟାପିକା ସନ୍ତୋଷିନୀ ଦାଶ ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛାକୃତ ରକ୍ତଦାନ ଉପରେ ସୂଚନା ପ୍ରଦାନ କରିଥିଲୋ କାର୍ଯ୍ୟକ୍ରମକୁ ଅଧ୍ୟାପିକା ତିଳୋତ୍ତମା ପଟ୍ଟାନାୟକ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ପ୍ରଦାନ କରିଥିଲୋ

ଲକ୍ଷ୍ମୀପୁର ବନବିଭାଗ ଦ୍ୱାରା ରକ୍ତଦାନ ଶିବିର
ଲକ୍ଷ୍ମୀପୁର: ସ୍ଥାନୀୟ ବନବିଭାଗ ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଗୋଷ୍ଠି ସ୍ୱାତ୍ସ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛିା ଏହି ଶିବିରକୁ ସ୍ଥାନୀୟ ରେଞ୍ଜର କୁମାର ଖରା ପ୍ରଥମେ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲୋ ରକ୍ତଦାନ ଶିବିରରେ ୩୭ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ବନବିଭାଗର ଅଧିକାଂଶ କର୍ମଚାରୀ ରକ୍ତଦାନ କରିଥିଲୋଗତ ଦୁଇବର୍ଷ ହେଲା ବନବିଭାଗ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ଭଳି ମହତ କାର୍ଯ୍ୟ କରାଯାଉଥିବା ବେଳେ କାର୍ଯ୍ୟକ୍ରମରେ ପୁର୍ବତନ ରେଞ୍ଜର ବାସୁଦେବ ମହାଙ୍କୁଡ, ନାରାୟଣପାଟଣା ରେଞ୍ଜର ଉମାଶଙ୍କର ବିଷୋଇ, ଫରେଷ୍ଟର କେଶବ ଚନ୍ଦ୍ର ସାହୁ, କାକିରିଗୁମା ଫରେଷ୍ଟର ପୁର୍ଣଚନ୍ଦ୍ର କଲେକା ପ୍ରମୁଖ ଉପସ୍ତିତ ରହି ରକ୍ତଦାତାଙ୍କୁ ଉତ୍ସାହ କରିଥିଲୋ

ସମ୍ବନ୍ଧିତ ଖବର