ବୁଡ଼ିଲା ମାଛ ମରା ଡଙ୍ଗା: ଜଣେ ନିଖୋଜ, ୩ ମତ୍ସ୍ୟଜୀବୀ ଉଦ୍ଧାର

ଭଦ୍ରକ: ସମୁଦ୍ରରେ ଶନିବାର ଏକ ମାଛ ମରା ଡଙ୍ଗା ବୁଡ଼ିଯାଇଛି। ମାଛ ଧରିବା ପାଇଁ ଯାଇଥିବା ୩ ଜଣ ମତ୍ସ୍ୟଜୀବୀ କୌଣସି ପ୍ରକାରରେ ପହଁରି କୂଳରେ ପହଞ୍ଚି ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଜଣେ ମାଛ ଧରାଳି ନିଖୋଜ ଅଛନ୍ତି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ବାସୁଦେବପୁରସ୍ଥିତ ଚୁଡାମଣି ଘାଟରୁ ସମୁଦ୍ରକୁ ଆଜି ୪ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ। ମା ବିଲବାସୁଳି ନାମକ ଏକ ଡଙ୍ଗା ଦୁର୍ଘଟଣାରେ ବୁଡି ଯାଇଥିଲା। ଦୁର୍ଘଟଣାସ୍ଥଳ ସ୍ଥଳଭାଗଠାରୁ ଅଳ୍ପ ଦୂରରେ ଥିବାରୁ ୩ ଜଣ ମତ୍ସ୍ୟଜୀବୀ କୌଣସି ପ୍ରକାରରେ ପହଁରି କୂଳକୁ ପହଞ୍ଚି ଥିଲେ।

ସମ୍ବନ୍ଧିତ ଖବର