ବୌଦ୍ଧ: ରବିବାର ମଧ୍ୟାହ୍ନରେ ମନମୁଣ୍ଡା-କଣ୍ଟାମାଳ ରାସ୍ତାର ଗୋହିପିଟା ଗାଁ ପାଖ ଦମାମୁଣ୍ଡା ଛକ ଠାରେ ଗୋଟିଏ ଟ୍ରକ୍ ଦୁଇଟି ମଟରସାଇକେଲକୁ ଧକ୍କା ଦେଇ ଓଲଟି ପଡ଼ିବାରୁ ୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସୋନପୁର ମେଡିକାଲରେ ଚିକିତ୍ସା ପାଇଁ ସ୍ଥାନୀୟଲୋକେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ପ୍ରଥମେ ଟ୍ରକଯି ଜାଲପାଟି ନିକଟରେ ଗୋଟିଏ ବାଇକକୁ ଧକ୍କା ଦେବା ଯୋଗୁଁ ତିନି ଜଣ ଲୋକ ରାସ୍ତାକଡ଼କୁ ଛିଟିକି ପଡ଼ି ଆହତ ହୋଇଥିଲେ। ସମ୍ପୃକ୍ତ ଟ୍ରକଟି ପ୍ରାୟ ଏକ କିଲୋମିଟର ଯିବା ପରେ ଦମାମୁଣ୍ଡା ଗାଁ ନିକଟରେ ଅନ୍ୟ ଗୋଟିଏ ବାଇକକୁ ଧକ୍କା ଦେବାରୁ ଦୁଇ ଜଣ ସାଙ୍ଘାତିକ ଆହତ ହୋଇଥିଲେ। ସେହିପରି ପ୍ରାୟ ୨୦୦ ମିଟର ଯିବା ପରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଟ୍ରକଟି ରାସ୍ତାକୁ ଓଲଟି ପଡ଼ିଥିଲା। ଏଥିରେ ଟ୍ରକ୍ ଡ୍ରାଇଭର୍ ଓ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଟ୍ରକ୍ ଡ୍ରାଇଭର୍ ଓ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଛି, ତାଙ୍କୁ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଟ୍ରକ୍ ଚାଳକ ବାଇକ୍କୁ ଧକ୍କା ଦେଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ।
ମନମୁଣ୍ଡା ପୁଲିସ ଓ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମେନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଗୁରୁତରଙ୍କ ନାମ, ଆକାଶ ମଲ୍ଲିକ, ସତ୍ୟବ୍ରତ ମୁଦୁଲି, ନାରାୟଣ କାଲସାଇ,ସଦାନନ୍ଦ କାଲସାଇ, ମଣିଧର ରାଣା, ହରିଶ୍ଚନ୍ଦ୍ର ସୁଲେ,ଭୂଜା ହାତୀ ।