ବୌଦ୍ଧ: ବିଜୁଳି ଖୁଣ୍ଟରେ ବୁଲେଟ୍‌ ଧକ୍କା ଖାଇବାରୁ ଯୁବକ ମୃତ

ବୌଦ୍ଧ: ଗୁରୁବାର ସକାଳ ୯: ୩୦ ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ରାଜନପାଲି ଛକ ଠାରେ ଗୋଟାଏ ବୁଲେଟ୍‌ ବିଜୁଳି ଖୁଣ୍ଟରେ ପିଟି ହୋଇ ଯିବାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ମୃତ ଯୁବକ ହେଉଛନ୍ତି ଜଗତ୍‌ସିଂହ ଅଞ୍ଚଳର ଶିବ ପ୍ରସାଦ ରାଜ। ସେ ବୌଦ୍ଧ ଜିଓ ନେଟ୍‌ଓ୍ଵାର୍କରେ କାମ କରୁଥିଲେ। ଆଜି ସକାଳେ ସେ ବୁଲେଟ୍‌ ଚଳାଇ ଆସୁଥିବା ବେଳେ ତାହା ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତାପାର୍ଶ୍ୱସ୍ଥ ବିଜୁଳି ଖମ୍ବରେ ଧକ୍କା ଖାଇଥିଲା।

ଶିବ ପ୍ରସାଦଙ୍କୁ ବୌଦ୍ଧ ସଦର ହସ୍‌ପିଟାଲ୍‌ ନିଆ ଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।

ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା କଥା ଥାନା ଅଧିକାରୀ ପତସ୍ୱୀନି କହଁର କହିଛନ୍ତି।

ସମ୍ବନ୍ଧିତ ଖବର