ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ଆଜି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଛି

0 111

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଛତିଶାନିଯୋଗର ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟତଃ ସ୍ନାନପୂର୍ଣ୍ଣିମାପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ନେଇ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିବେ। ଏଥିସହିତ ଦଇତାପତି ନିଯୋଗ ମଧ୍ୟ ଏହି ବୈଠକରେ ଯୋଗ ଦେବେ ।

Panda Mobile only

ଆସନ୍ତା ୨୮ ତାରିଖରେ ସ୍ନାନପୂର୍ଣ୍ଣିମା । ଆଉ ସ୍ନାନପୂର୍ଣ୍ଣିମାଠାରୁ ଆରମ୍ଭ କରି ନୀଳାଦ୍ରୀବିଜେ ଯାଏଁ ଦଇତାପତି ସେବାୟତ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଗୋଟିଏ ପଟେ ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଦାନ ନ ନେବା ପ୍ରସଙ୍ଗରେ ତାତିଛନ୍ତି ଦଇତାପତି ସେବାୟତ । ଏଭଳି ସ୍ଥଳେ ଆଗକୁ ଆସୁଛି ରଥଯାତ୍ରା । ତେଣୁ ରଥଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବେ ପ୍ରଦୀପ୍ତଙ୍କ କାନ୍ଧରେ ରହିଛି । ଏସବୁ ଭିତରେ ସ୍ନାନ ପୂର୍ଣ୍ଣିମାକୁ କିଭଳି ସୁରୁଖୁରରେ ଶେଷ କରାଯିବ ସେନେଇ ଆଜିର ବୈଠକରେ ଆଲୋଚନା ହେବ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.