ଭିଜିଲାନ୍ସ ଜାଲରେ ସହକାରୀ ପ୍ରକଳ୍ପ ପରିଚାଳକ

କଟକ : ଆୟବର୍ହିର୍ଭୁତ ସମ୍ପତ୍ତି ଠୁଳ ଘଟଣାରେ ଓଡ଼ିଶା ପୁଲିସ୍‌ ହାଉସିଂ ଓ ଓ୍ଵଲଫେୟାର କର୍ପୋରେସନ୍‌ ଲିମିଟେଡ୍‌ର ସହକାରୀ ପ୍ରକଳ୍ପ ପରିଚାଳକ ବିକ୍ରମ କେଶରୀ ମଲ୍ଲ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଆଜି ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ବିକ୍ରମଙ୍କ ପୋଖରୀପୁଟ ଲିଙ୍ଗରାଜ ବିହାରସ୍ଥିତ ତିନିମହଲା ଘର, ସମ୍ପର୍କୀୟଙ୍କ ଭଡ଼ା ଘର, ରାୟଗଡ଼ା ହାତୀପଥର ଲେନ୍‌ସ୍ଥିତ ଦୁଇ ମହଲା ଘର, କେନ୍ଦ୍ରାପଡ଼ା ଡେରାବିଶ ଥାନା ଅନ୍ତର୍ଗତ ମାଳିକେଶ୍ୱରପୁରସ୍ଥିତ ପୈତୃକ ଘର, ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟ ଇତ୍ୟାଦି ସ୍ଥାନରେ ଏକାସାଙ୍ଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ପକ୍ଷରୁ ଜାରି ହୋଇଥିବା ଓ୍ଵାରେଣ୍ଟ ବଳରେ ଏହି ଚଢାଉ ହୋଇଥିଲାବେଳେ ୧କୋଟି ୨୧ ଲକ୍ଷ ୫୪ ହଜାର ୮୮୭ ଟଙ୍କାର ଆୟବର୍ହିଭୁତ ସମ୍ପର୍ତ୍ତି ଠାବ କରାଯାଇଥିଲା। ଯାହାକି ତାଙ୍କର ଆୟ ସମ୍ପତ୍ତିଠୁ ୩୦୨ ପ୍ରତିଶତ ଅଧିକ ବୋଲି କୁହାଯାଇଛି। ଏହାକୁ ଆଧାରକରି ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ୍‌୍‌ର ଦଫା ୧୩(୨), ୧୩(୧)(ଇ) ଅନୁଯାୟୀ ମାମଲା ରୁଜୁ ହେବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥିସହିତ ତାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ମେ’ ୪ ତାରିଖ ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ଅଣାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର