ଲାଞ୍ଚ ନେବା ମାମଲାରେ ପୂର୍ବତନ ବିଡିଓଙ୍କୁ ବର୍ଷେ ଜେଲ୍‌

କଟକ : ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା କାମାକ୍ଷାନଗରର ପୂର୍ବତନ ବିଡିଓ ମନମୋହନ ମିଶ୍ରଙ୍କୁ ବର୍ଷେ ଜେଲ୍‌ ହୋଇଛି। ଅଭିଯୋଗକାରୀ ବିନୋଦ ବିହାରୀ ସାହୁଙ୍କଠୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ୨୦୦୪-୦୫ ମସିହାରେ କଟକ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିଲେ। ମାମଲାର ଚାର୍ଜସିଟ୍‌ ଦାଖଲ ହେବା ପରେ ଆଜି ଢେଙ୍କାନାଳ ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର