କଟକରେ ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କଟକ: କଟକର ମାଲଗୋଦାମ ଠାରେ ଗୁରୁବାର ଜଣେ ବ୍ୟମସାୟୀଙ୍କ ଠାରୁ ୫ ଲକ୍ଷ ୧୫ ହଜାର ଟଙ୍କା ଲୁଟ ହୋଇଛି। ମାଲଗୋଦାମ ଅଞ୍ଚଳରେ ଏହି ଘଟଣା ସନ୍ଧ୍ୟାରେ ଘଟିଛି। ବ୍ୟବସାୟୀ ଦୋକାନ ବନ୍ଦ କରି ଡିକିରେ ଟଙ୍କା ରଖୁଥିବା ବେଳେ ଲୁଟେରାମାନେ ଟଙ୍କା ଝାମ୍ପି ନେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଆଜି ବୋଲଗଡ଼ ବ୍ଲକର ବେଗୁନିଆ ଥାନା ଅଞ୍ଚଳରେ ଦିନ ଦ୍ୱିପ୍ରହରରେ ୬୧ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଯୋଜନା ମୁତାବକ ଆସି ଆଜି ଅପରାହ୍ନ ୨ଟାରେ ଘରୋଇ କମ୍ପାନିର ୨ ଜଣ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍‌ କରି ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଗେଡ଼ିଆପଲ୍ଲୀ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ଗୋଟିଏ ନାଲି ଓ ୨ଟି କଳା ପଲସର୍‌ରେ ଆସି ଘଟଣାସ୍ଥଳରେ ଯୋଜନାବଦ୍ଧ ଭାବରେ ପହଞ୍ଚି ଥିଲେ। ସେମାନେ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର