ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ସାପ କାମୁଡ଼ାରେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଦେବଗଡ଼: ସାପ କାମୁଡାରେ ଗୁରୁବାର ଜଣେ ଯୁବକର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରିଆମାଳ ବ୍ଲକ ଅନ୍ତର୍ଗତ ଚଛୁପାଲି ଗ୍ରାମର ସମା ମୁଣ୍ଡାଙ୍କ ପୁଅ ସାଗର ମୁଣ୍ଡା(୩୯)। ପ୍ରାପ୍ତ ସୂଚନା ଅନୁଯାୟୀ, ଚଛୁପାଲି ଗ୍ରାମର ସାଗର ଗତକାଲି ବୁଧବାର ରାତିରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାମୁକୋଳି ଖାଇବାକୁ ଯାଇ ନାଳରେ ବୁଡ଼ିଗଲା ନାବାଳିକା

ଦେବଗଡ଼: କାଳ ହେଲା ଜାମୁକୋଳି ଖାଇବା ସଉକ। ଗୋହିରା ନାଳରେ ବୁଡ଼ି ଗୁରୁବାର ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରିଆମାଳ ବ୍ଲକର ବୁଢୀକୁଟୁଣୀ ଗ୍ରାମର ମାର୍କାସ ମୁଣ୍ଡାଙ୍କ ଝିଅ ରଶ୍ମୀ (୧୦)। ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ରଶ୍ମୀ ଓ ତାଙ୍କର ୩ଜଣ ସାଙ୍ଗ ଗୋହିରା…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ଦେବଗଡ଼ ମୁଖ୍ୟ ଡାକଘର ଅବସ୍ଥା ବେହାଲ୍

ଦେବଗଡ଼ : ମୌସୁମୀ ପ୍ରଭାବରେ ଦେବଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିଲା। ​ଏହା ଦ୍ବାରା ଦେବଗଡ଼ ମୁଖ୍ୟ ଡାକଘର ଅବସ୍ଥା ବେହାଲ​ ହୋଇପଡ଼ିଛି। ଛାତର ବିଭିନ୍ନ ସ୍ଥାନରୁ ଫାଟ ଦେଇ ପାଣି ଗଳୁଥିବା ବେଳେ ଭିତରେ କର୍ମଚାରୀମାନେ ପଲିଥିନ୍‌ ବାନ୍ଧି କାମ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ବ୍ଲକ୍ ଆକାଉଣ୍ଟସ୍ ଅଫିସର: ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଦେବଗଡ଼: ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ଆକାଉଣ୍ଟସ୍ ଅଫିସର ରାଜେନ୍ଦ୍ର ଦାଶ। ଏକ ଅଙ୍ଗନବାଡ଼ି ଘର ନିର୍ମାଣରେ ୨ଲକ୍ଷ ଟଙ୍କା ବିଲ୍ ପଇଠ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଅଧିକାରୀମାନେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ହୋଟେଲ ରୁମ୍‌ରୁ ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦେବଗଡ଼: ଦେବଗଡ଼ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ସିଏସ୍‌ସି ମ୍ୟାନେଜର ସୁବାସ ଚନ୍ଦ୍ର ଅଗ୍ରୱାଲ (୩୮)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଏକ ହୋଟେଲରୁ ଉଦ୍ଧାର କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ବଲପୁର ସହର ଅଇଁଠାପାଲି ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ମୃତ

ରିଆମାଳ : ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ରୋହିତ ଲଛିକା (୨୪ ବର୍ଷ)ଙ୍କ ଛାତରୁ ପଡ଼ି ମୃତ୍ୟୁ ଘଟିଛି। ସେଠାରୁ ସାଥୀ ଶ୍ରମିକମାନେ ଶବ ନେଇ ଗାଁକୁ ଆସୁଥିବା ଜଣାଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଳିପଶି ଗ୍ରାମର ଦେବାନନ୍ଦ ଲଛିକାଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥନା ବେଳେ ଅଚେତ ହୋଇଗଲେ ଛାତ୍ରୀ

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ପ୍ରବଳ ଗରମ ଅନୂଭୂତ ହେଉଛି। ତଥାପି ସରକାରୀ ନିର୍ଦ୍ଦେଶ ଅନୁସାରେ ବୁଧବାର ଦେବଗଡ ଜିଲ୍ଲାର ସମସ୍ତ ସ୍କୁଲ ଖୋଲିଥିଲା। ବାରକୋଟ ବ୍ଲକ ଅନ୍ତର୍ଗତ କୁଣ୍ତାପିଠା ଗ୍ରାମରେ ଥିବା ହାଇସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀ ସାଗରିକ ସୁହୁଳା ପ୍ରାର୍ଥନା ଆରମ୍ଭ ହେବାର କିଛି…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ୨ ବୃଦ୍ଧ ମୃତ

ବଣାଇଗଡ଼/ଦେବଗଡ଼ : ହାତୀ ଆକ୍ରମଣରେ ଆଜି ୨ଜଣ ବୃଦ୍ଧଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେଥିମଧ୍ୟରୁ ଗୋଟିଏ ଘଟଣା ବଣାଇ ବନଖଣ୍ଡ ଏସ୍‌.ବଲାଙ୍ଗ ସେକ୍ସନର ଗୁଜାପାଳ ଗ୍ରାମରେ ଘଟିଥିବା ବେଳେ ଅନ୍ୟ ଏକ ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜ ଅନ୍ତର୍ଗତ ହ‌ରେକୃଷ୍ଣପୁର ଗ୍ରାମରେ ଘଟିଛି। ଗୁଜାପାଳ…
ଅଧିକ ଖବର ଦେଖନ୍ତୁ...

ରଜରେ ଦେବଗଡ଼ରେ ଅନନ୍ୟ ପରମ୍ପରା

ଦେବଗଡ଼: ରଜରେ ଦେବଗଡ଼ ଜିଲ୍ଲାରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳୁଥିବା ବେଳେ କେଉଁଠି ରଜରେ ଦୋଳି ଖେଳ ତ କେଉଁଠି କଣ୍ଢେଇ ବାହାଘର। ଗାଁ ଗଣ୍ଡାରେ ରଜ ମଉଜର ମାହୋଲ। ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ମାଝିପାଲି ଆମ୍ୱତୋଟାର ୪ଟି ପଞ୍ଚାୟତବାସୀ ଏକାଠି ହୋଇ ପାଳନ କରନ୍ତି ରଜପର୍ବ। ସାମୂହିକ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ: ଠେଙ୍ଗାରେ ପିଟିପିଟି ବାପାକୁ ମାରିଦେଲା ଅଭିଯୁକ୍ତ

ଦେବଗଡ଼: ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡ। ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି  ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଭାଲୁଗୁହା ଗ୍ରାମରେ। ମୃତକ ହେଲେ ଗୁରୁ ଚରଣ କିସାନ(୫୦)। ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...