ଦେବଗଡ଼: ସ୍କୁଲରେ ଟୀକାନେଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଦେବଗଡ଼: ସ୍କୁଲରେ ଟୀକାନେଇ ବୁଧବାର ୧୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ଅନ୍ତର୍ଗତ ଖଜୁରୀଖମନ ୟୁଜିଏମ୍‌ଇ ସ୍କୁଲରେ ୨୨ଜଣ ଛାତ୍ରଛାତ୍ରୀଙ୍କୁ ଟୀକା ଦିଆଯାଇଥିଲା। ଟୀକାଦାନର କିଛି ଘଣ୍ଟା ପରେ ୧୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସ୍କୁଲର ପ୍ରଧାନଶିକ୍ଷକ ବାରକୋଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରୀ ମାମାଲି ମିଶ୍ର, ଜୁଲିରାଣୀ ବେହେରା, ଗୁପ୍ତେଶ୍ୱରୀ ନାଏକ, ଅର୍ଚ୍ଚିତା ଗଡ଼ନାୟକ, ସସ୍ମିତା ବେହେରା, ଝୁମି ପୃଷ୍ଟି, ଛାତ୍ର ଉଦିତ ନାରାୟଣ, ସୌରଭ ନାୟକ, ଅରୁଣ ବେହେରା ଓ ରୁଦ୍ର ନାରାୟଣ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର