ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ବିଧାୟକ

ଢେଙ୍କାନାଳ: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗାଡ଼ି ଉପରକୁ ସୋମବାର ଅପରାହ୍ନରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଠାକୁରପାଳ ଛକ ନିକଟରେ ଏହି ଘଟଣା ଘଟିଛି। ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ନୂଆ ଠାକୁରପାଳ ଗ୍ରାମକୁ ଢେଙ୍କାନାଳ ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ଜନ ଜାଗରଣ ଯାତ୍ରାରେ ଯାଇଥିବା ବେଳେ ଅପରାହ୍ନ ୪ଟା ୧୫ରେ ଗ୍ରାମଠାରୁ ୧୦୦ ମିଟର ପଛକୁ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ଆସି ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରକୁ ୨ଟି ବୋମା ଫିଙ୍ଗି ଫେରାର ହୋଇ ଯାଇଛିା।

ନବୀନ ନନ୍ଦଙ୍କୁ ଲକ୍ଷ୍ୟ କରି ଏହି ବୋମାମାଡ଼ ହୋଇଥିଲେ ମଧ୍ୟ ତାଙ୍କର କିଛି ହୋଇ ନାହିଁ। ଗାଡ଼ିର ପଛପଟରୁ ଏହି ଆକ୍ରମଣ ହୋଇଛି। ଗାଡ଼ିର ପଛପଟ କାଚ ଭାଙ୍ଗି ଯାଇଛି। ଏହି ଘଟଣାରେ କେହି ଆହତ ହୋଇ ନଥିବା ଜଣାପଡ଼ିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଅନ୍ୟପଟରେ ସ୍ଥାନୀୟ ଅଞ୍ଚଳ ଉତ୍ତେଜନାପୂର୍ଣ୍ଣ ରହିଛି।

ସମ୍ବନ୍ଧିତ ଖବର