ରାଉରକେଲା: ଜଣେ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ରବିବାର ଜଣେ ଠିକା କର୍ମଚାରୀ ଗିରଫ ହୋଇଛି। ସୂଚନା ଅନୁସାରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଫେରୋ ସ୍କ୍ରାପ ନିଗମ ଲିମିଟେଡର କାର୍ଯ୍ୟନିର୍ବାହୀ ଜି ଗଣେଶ କୁମାରଙ୍କ ମୃତ୍ୟୁ ହୋଇଛି। ଗଣେଶ କୁମାର ଆଜି ପୂର୍ବାହ୍ଣରେ ଠିକା କର୍ମଚାରୀ ଅନିଲ ଲୋହାରଙ୍କୁ ଡାକିଥିଲେ। ଛୁଟିଦିନରେ କାମ କରାଉଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ଥାନା ଅନ୍ତର୍ଗତ କଂସର ଗ୍ରାମର ଅନିଲ ବିରକ୍ତି ପ୍ରକାଶ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କାମ ଚାଲିଥିବା ବେଳେ ଅନିଲ ଏକ ଟାଲିରଡରେ ଇଂଜିନିୟର ଗଣେଶଙ୍କୁ ମୁଣ୍ଡରେ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଗଣେଶ ରକ୍ତ ବାନ୍ତି କରିଥିଲେ। ଅଳ୍ପ ସମୟ ପରେ ସେ ବେହୋସ ହୋଇଯିବାରୁ ତାଙ୍କୁ ଆଇଜିଏଚ୍ (ଇସ୍ପାତ ଜେନେରାଲ ହସ୍ପିଟାଲ)ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗଣେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନାପାଇ ଟାଙ୍ଗରପାଲି ଥାନା ପୁଲିସ ଅନିଲକୁ ଗିରଫ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଶବଗୃହରେ ରଖାଯାଇଛି।