ଅନୁଗୁଳ: ଏଟିଏମ୍‌ରେ ଅଗ୍ନିକାଣ୍ଡ, ଅଧ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲେ ଦମକଳବାହିନୀ

ଅନୁଗୁଳ: ସ୍ଥାନୀୟ ହନୁମାନ ବଜାରରେ ଥିବା ଏଚ୍‌ଡିଏଫସି ବ୍ୟାଙ୍କର ଏଟିଏମ୍‌ରେ ସୋମବାର ଅପରାହ୍ଣରେ ନିଆଁ ଲାଗିଛି। ଏଟିଏମ୍‌ ପାର୍ଶ୍ୱରେ ଥିବା ସର୍ଭର ରୁମ୍‌ରେ ଆଜି ଅପରାହ୍ଣ ସାଢ଼େ ୩ଟାରେ ନିଆଁ ଲାଗିଥିଲା। ଲୋକମାନେ ଟଙ୍କା ଉଠାଉଥିବା ବେଳେ ସର୍ଭର ରୁମ୍‌ ଭିତରୁ ଧୂଆଁ ବାହାରି ଥିଲା। ଏହା ପରେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଘଟଣାସ୍ଥଳକୁ ୨ଟି ଦମକଳ ଗାଡ଼ି ପହଂଚି ପ୍ରାୟ ୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର