ଚୋରା ପିଆଶାଳ କାଠ ସହ ଟ୍ରାକ୍ଟର ଜବତ

ରା.ଉଦୟଗିରି: ନୂଆଗଡ଼ ବ୍ଲକ୍‌ ଖଜୁରୀପଦାର ସୁରଙ୍ଗି ସାହି ନିକଟରୁ ଏକ କାଠ ବୋଝେଇ ଟ୍ରାକ୍ଟର ଚୋରା ଚାଲାଣ ହେଉଥିବା ବେଳେ ରା.ଉଦୟଗିରି ବନବିଭାଗ ଏହାକୁ ଜବତ କରିବାକୁ ସକ୍ଷମ ହୋଇଛି। ଗତ ରାତିରେ ପୂର୍ବ ସୂଚନା ପାଇ ପାଟ୍ରୋଲି˚ କରୁଥିବା ବେଳେ ରା.ଉଦୟଗିରି ରେଞ୍ଜରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଅତି ମୂଲ୍ୟବାନ ବଡ ବଡ ସାଇଜ୍‌ର ୭ଟି ପିଆଶାଳ କାଠଗଣ୍ତି ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨୦ହଜାର ଟଙ୍କାରୁ ଉର୍ଧ୍ବ ହେବ ବୋଲି ଜଣାପଡିଛି। ତେବେ ଘଟଣା ସ୍ଥଳରେ ଟ୍ରାକ୍ଟର ଡ୍ରାଇଭର ଚ˚ପଟ ମାରିଥିବା ବେଳେ ଏଥିରେ ଆଉ ଯେଉଁମାନେ ସ˚ପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ଖୋଜା ଚାଲିଛି।
ରା.ଉଦୟଗିରି ଓ ନୂଆଗଡ ଅଞ୍ଚଳରୁ ପ୍ରତିଦିନ ଶତାଧିକ ପିଆଶାଳ କାଠ ଗଞ୍ଜାମ ଜିଲ୍ଲାର ପାତ୍ରପୁର ସୁରଙ୍ଗୀ ଦେଇ ଚୋରା ଚାଲାଣ ହେଉଛି। ତେବେ କେହି ମଧ୍ୟ ଏହାର ଟେର‌୍‌ ପାଉନାହାନ୍ତି। ଆଜିର ଏହି ଚଢାଉରେ ରା.ଉଦୟଗିରି ଓ ନୂଆଗଡ ବନାଞ୍ଚଳର ସମସ୍ତ ଷ୍ଟାଫ୍‌ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର