ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଓକିଲ 

ଫୁଲବାଣୀ,: ଓକିଲଙ୍କୁ ପୁଲିସର ମାଡ ମାରିବା ଘଟଣାରେ ଆନ୍ଦୋଳନ ଥମିବା ନାଁ ଧରୁ ନାହିଁ। ଦୀର୍ଘ ୨ ମାସ ହେଲା ଆନ୍ଦୋଳନ ଚାଲିଥିବା ବେଳେ ଏଥିରେ କୌଣସି ହସ୍ତକ୍ଷେପ ନ କରିବାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି। ହାଇକୋର୍ଟ ବାର ନିର୍ଦ୍ଦେଶମତେ ଆଜି ରାଜ୍ୟର ସମସ୍ତ କୋର୍ଟ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଫୁଲବାଣୀରେ କୋର୍ଟ ସମ୍ମୁଖରେ ଓକିଲଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଫୁଲବାଣୀ ଓକିଲ ସ˚ଘର ସଭାପତି ଦେବବ୍ରତ ପ୍ରଧାନ ଓ ଯୁଗ୍ମ ସମ୍ପାଦକ ମନୋଜ ପଟ୍ଟନାୟକଙ୍କ ନେତୃତ୍ବରେ ଓକିଲ ବିଜୟ ମହାନ୍ତି, ରବୀନ୍ଦ୍ର ମିଶ୍ର, ଭଗବାନ ମହାନ୍ତି, ସତ୍ୟନାରାୟଣ ବେହେରା, ବନ ମହାନ୍ତି, ଚନ୍ଦ୍ରଶେଖର ପରିଡା, ଚନ୍ଦନ ଦାସ, ବ˚ଶୀଧର ମହାପାତ୍ର, ପ୍ରଦୀପ୍ତ ନାୟକ, କୃଷ୍ଣଚନ୍ଦ୍ର ସେନାପତି ଓ ଅଜୟ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର