ବାଇକ୍‌ ଦୁର୍ଘଟଣା, ଯୁବକ ଗୁରୁତର

ପାତ୍ରପୁର : ଜରଡ଼ା ଥାନା ମନ୍ଦରଡ଼ା ପଞ୍ଚାୟତ ଅନ୍ତର୍ଗତ ବୁଡ଼ିଘାଟି ନିକଟରେ ବାଇକ୍‌ ଦୁର୍ଘଟଣାରେ ଜଣେ ମୁମ୍ବାଇ ଫେରନ୍ତା ଯୁବକ ଗୁରୁତର ହୋଇଛନ୍ତିି । ଆହତ ହୋଇଥିବା ଯୁବକ ଜଣକ ହେଲେ ହରଡ଼ାମଡ଼ା ଗ୍ରାମର ଆପନା ଗୌଡ଼ଙ୍କ ବଡ଼ପୁଅ ସୁଦାମ । ବୁଧବାର ମୁମ୍ବାଇରୁ ଫେରିବା ପରେ ମଧ୍ୟାହ୍ଣରେ କୌଣସି କାମରେ ବାଇକ୍‌ ଯୋଗେ ସୁରଙ୍ଗି ଯାଇଥିଲେ । ସେଠାରୁ ଫେରିବା ବେଳେ ବୁଡ଼ିଘାଟି ନିକଟରେ ମେଟାଲ୍‌ ଗଦା ଉପରକୁ ବାଇକ୍‌ଟି ଚଢ଼ିଯାଇଥିଲା । ବାଇକ୍‌ଟି ଭାରସାମ୍ୟ ହରାଇବାରୁ ସୁଦାମ ମେଟେଲ୍‌ରେ କଚାଡ଼ି ହୋଇ ପଡ଼ିଥିଲେ ଯଦ୍ଵାରା ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମଡ଼ମେଡ଼ିକାଲକୁ ସ୍ଥାନାନ୍ତରୀତ କରାଯାଇଛି ।

ସମ୍ବନ୍ଧିତ ଖବର