ବାଇକ ଦୁର୍ଘଟଣା, ଜଣେ ଗୁରୁତର

ଭଞ୍ଜନଗର: ଭଞ୍ଜନଗର ଥାନା ଢ଼ୁଢ଼ୁଆ ଠାରେ ପିକଅପ ଭ୍ୟାନ ଧକ୍କାରେ ଉକ୍ତ ଅଞ୍ଚଳର ନୀଳାଞ୍ଚଳ ଗୌଡ (୩୫) ଗୁରୁତର ହୋଇଛନ୍ତି। ନୀଳାଞ୍ଚଳ ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିବା ବେଳେ ପିକଅପ ଭ୍ୟାନଟି ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କୁ ଭର୍ତି କରିଥ‌ିଲେ। ମୁଣ୍ଡରେ ଆଘାତ ‌ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଭଞ୍ଜନଗର ପୁଲିସ ପହଞ୍ଚି ଗାଡ଼ିକୁ ଅଟକ ରଖିଛି।

ସମ୍ବନ୍ଧିତ ଖବର