ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ସାନ କୋଇଲାରି ଗ୍ରାମରେ ଶନିବାର ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ଅଦିନିଆ ଝଡ଼ ବର୍ଷା ଯୋଗୁଁ ଗ୍ରାମର ୧୧ ଜଣ ପରିବାରର ଘର ଛାତ ଉଡ଼େଇ ନେଇଥିବା ବେଳେ ବର୍ଷା ଯୋଗୁଁ ଘର ମଧ୍ୟରେ ଥିବା ଧାନ, ଚାଉଳ ଓ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି। ଏହି ୧୧ ପରିବାର ବେସାହାରା ହୋଇ ପର ବାରଣ୍ଡାରେ ରାତ୍ର ଯାପନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଗତକାଲି ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ସାନ କୋଇଲାରି ଗ୍ରାମରେ ଅଦିନିଆ ଝଡ଼ ବର୍ଷା ଆସି ଗ୍ରାମରେ ତାଣ୍ଡବ ରଚିଥିଲା।ଜୋର୍ ରେ ପବନ ବହିବା ସହ ବର୍ଷା ହୋଇଥିଲା। ରାତ୍ର ୮ ଘଣ୍ଟ ସମୟରେ ସମସ୍ତେ ସୋଇଥିବା ସମୟରେ ଏହି ଝଡ ବର୍ଷା ତାଣ୍ଡବ ଲୀଳା କରିଥିଲା। ଅଳ୍ପ ସମୟ ମଧ୍ୟରେ ଗାଁ ରେ ବହୁ ଘରର ଆଜ ବେଷ୍ଟ ଛପର ସବୁ ଉଡ଼ାଇ ନେବା ସହ ବଡ଼ ବଡ଼ ଗଛ ପବନ ର ବେଗ ଯୋଗୁ ଭାଙ୍ଗି ଯାଇଥିଲା। କସ୍ତୁରବା ବାଳିକା ବିଦ୍ୟାଳୟ ପରିସରରେ ଥିବା ବଡ଼ ବଡ଼ ଗଛ ସବୁ ପବନ ରେ ଭାଙ୍ଗି ପଡିଛି।
ତେବେ ହଷ୍ଟେଲ ରେ କେହି ନ ଥିବାରୁ କାହାର କିଛି ଅଘଟଣ ଘଟି ନାହିଁ । ସାନ କୋଇଲାରି ଗ୍ରାମର କ୍ଷତିଗ୍ରସ୍ତ ପରିବାର ମଧ୍ୟରୁ ସନମତି ଗୌଡ, ଲମ୍ବୁଧର ଗୌଡ, ମଣ୍ଟା ଭତରା, ସୋମନାଥ ବିନ୍ଧାଣି, ସଗନୁ ଗୌଡ, ଭଗବାନ ଗୌଡ, ମନବୋଧ ଗୌଡ, ସରାବୁ ଗୌଡ,ତିଲ ଭତରା, ଶୁକ୍ରୁ ଭତରା ଓ ନୈନା ଗୌଡ। ଘର ଛପର ଉଡିଯିବା ପରେ ଘର ମଧ୍ୟରେ ବର୍ଷା ପାଣି ପଶି ଘର ମଧ୍ୟରେ ଥିବା ଅଧିକାଂଶ କ୍ଷେତି ଗ୍ରସ୍ତଙ୍କ ଧାନ, ଚାଉଳ ଓ ଆନ୍ୟାନ୍ନ ଘର ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି। ତେବେ କରୋନା ଯୋଗୁ ଗ୍ରାମର ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବାରୁ ବ୍ଲକ ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ପରିବାର ଙ୍କୁ ଜରୁରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।