ପ୍ରେମ ପ୍ରତାରଣା: ଅଭିଯୁକ୍ତ ଗିରଫ

ଚଣ୍ଡିଖୋଲ: ପ୍ରଥମେ ପ୍ରେମ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ। ଶେଷରେ ପ୍ରତାରଣା କରି ଅନ୍ୟତ୍ର ବିବାହ ଉଦ୍ୟମ କରୁଥିବା ଜଣେ ପ୍ରେମିକଙ୍କୁ ପୁଲିସ ଗିରଫ କରିଛି। ଘଟଣାଟି ଘଟିଛି ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗାଁରେ। ଏହି ଗାଁର ଅଲେଖ ମଲିକଙ୍କ ପୁଅ ରବୀନ୍ଦ୍ର(୨୬) ସେହି ଗାଁର ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ସ୍ଥାପନ କରିଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ମାତ୍ର ରବୀନ୍ଦ୍ରଙ୍କ ପରିବାର ପୁଅକୁ ଅନ୍ୟତ୍ର ବିବାହ ପାଇଁ ଲଗ୍ନ ସ୍ଥିର କରିବା ଖବର ପାଇ ଯୁବତୀ ଜଣକ ତାଙ୍କ ଘରେ ପହଞ୍ଚି ବିବାହ ପାଇଁ ଜିଦ୍‌ ଧରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ରବୀନ୍ଦ୍ର ଓ ତାଙ୍କ ପରିବାର ଲୋକ ମିଶି ଯୁବତୀଙ୍କୁ ମାଡ଼ ଓ ଗାଳି ଦେଇ ତଡ଼ି ଦେଇଥିଲେ। ଏନେଇ ଯୁବତୀଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନଂ ୬୫/୧୮ରେ ଏକ ମାମଲା ରୁଜୁ କରିିବା ସହ ୩ ତାରିଖ ରାତିରେ ରବୀନ୍ଦ୍ରଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର