ଯାଜପୁର: କିଣା-ବିକା ସମୟରେ ଜଳିଗଲା ଟ୍ରକ୍‌

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥ ଉପରେ ରବିବାର ଏକ ଟ୍ରକ ଜଳି ଯାଇଛି। ବ୍ରାହ୍ମଣୀ ପୋଲ ଉପରେ ଗାଡି ଟିକୁ ଛିଡା କରି ଜଣେ ନୂଆ ମାଲିକ କିଣିବା ପାଇଁ କଥାବାର୍ତ୍ତା ହେଉଥିବା ବେଳେ ଟ୍ରକ୍‌ ହଠାତ ଜଳି ଉଠିଥିଲା। ବିଦ୍ୟୁତ ସଟସର୍କିଟ ଯୋଗୁ ନିଆଁ ଲାଗି ଯାଇଛି ବୋଲି କୁହାଯାଉଛି। ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ। ଫଳରେ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର