ଜେଲରେ ଅସୁସ୍ଥ ହୋଇପଡିଲେ ବିଜେପି ନେତା ଜୟନାରାୟଣ ମିଶ୍ର

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଜେଲରେ ପୂର୍ବତନ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଶନିବାର ଅପରାହ୍ନରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନ ସମୟରେ ବନାବିରା ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ନେଇ ଗିରଫ ହୋଇ ଜାମିନ ନାମାଞ୍ଜୁର ହେବା ପରେ ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ସୋହେଲା ଜେଲରେ ଅଛନ୍ତି । ତେବେ ଆଜି ସେ ଖାଇପିଇ ସାରିଥିବା ବେଳେ ହଠାତ୍‌ ତାଙ୍କ ରକ୍ତଚାପ ବଢ଼ି ଯାଇଥିଲା। ଫଳରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ଜୟନାରାୟଣଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଜେଲ୍‌ ଭିତରେ ଡାକ୍ତର ଚିକିତ୍ସା କରିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ପରିଲକ୍ଷିତ ନହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଉଲ୍ଲେଖଯୋଗ୍ୟ ଗତ ମଙ୍ଗଳବାର ପଦ୍ମପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଜାମିନ ଆବେଦନକୁ ପୁନର୍ବାର ଖାରଜ କରିଥିବା ଜୟନାରାୟଣ ମିଶ୍ରଙ୍କ ଓକିଲ ଅଶୋକ ପଣ୍ଡା ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଗତମାସ ୧୫ ତାରିଖ ଜୟନାରାୟଣ ମିଶ୍ର ବନାବିରା ଆକ୍ରମଣ ମାମଲାରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର