ନୂତନ ଝାରସୁଗୁଡ଼ା ନିର୍ମାଣ ଜାରି ରଖିବି: ନବ

ଝାରସୁଗୁଡ଼ା: ନୂତନ ଝାରସୁଗୁଡ଼ା ନିର୍ମାଣକୁ ପ୍ରାଥମିକତା ଦେବି, ଝାରସୁଗୁଡ଼ା ବାସୀ ମୋତେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିଥିବାରୁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଜନ ସାଧାରଣଙ୍କ ସୁବିଧା ଅସୁବିଧା କଥା ବୁଝିବାହିଁ ‌ସବୋର୍ପରି ମୋର ପ୍ରାଥମିକତା ହେବ। ଏହା ସହିତ ପୂର୍ବରୁ ଝାରସୁଗୁଡ଼ାରରେ ଚାଲିଥିବା ବିକାଶ କାର୍ଯ୍ୟକୁ ତ୍ବରାନିତ କରିବା ସହିତ ଜିଲ୍ଲାରେ ସ୍ବାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ, ରେଲ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ବ ଦେଇ ଏହି କାମ ଯେପରି ଶୀଘ୍ର ସଂପୂର୍ଣ୍ଣ ହେବ ସେ ନେଇ ଉଦ୍ୟମ ଜାରି ରହିବା ସହିତ ଖୁବ୍‌ ଶୀଘ୍ର ନୂତନ ଝାରସୁଗୁଡ଼ାର ରୂପରେଖ ଲୋକଙ୍କ ଆଗରେ ରଖାଯିବା। ମୋର ବିଜୟର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବାକୁ ଚାହିଁବି କାରଣ ଝାରସୁଗୁଡ଼ାରେ ଯାହାବି ବିକାଶ ହୋଇଛି ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ମୋ ଉପରେ ରହିଥିବାରୁ ସମ୍ଭବ ହୋଇଛି।

ସମ୍ବନ୍ଧିତ ଖବର