କଂଗ୍ରେସ-ଜେଏମ୍‌ଏମ୍‌: ମେଣ୍ଟ ଘୋଷଣା ହୋଇନି, ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

ମୟୂରଭଞ୍ଜ ଲୋକସଭା ସହିତ ୫ ବିଧାନସଭା ଆସନରେ ଲଢ଼ିବ ଦଳ, ବୀରମିତ୍ରପୁର-ମୋରଡାରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ନେଇ ଚର୍ଚ୍ଚା

ବାରିପଦା (ରାଜକିଶୋର ଦାଶ): ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ଜାତୀୟ ସ୍ତରରେ କଂଗ୍ରେସ ଦେଇଥିବା ମହାମେଣ୍ଟ ଆଧାରରେ ଝାଡ଼ଖଣ୍ଡରେ କଂଗ୍ରେସ ଏବଂ ଜେଏମଏମ ମଧ୍ୟରେ ମେଣ୍ଟ ଚୁଡ଼ାନ୍ତ ହୋଇଛି। ତେବେ ଓଡ଼ିଶାରେ କଂଗ୍ରେସ-ଜେଏମଏମ ମଧ୍ୟରେ ମେଣ୍ଟ ନେଇ ଚୁଡ଼ାନ୍ତ ନିଷ୍ପତି ହୋଇ ନଥିଲେ ମଧ୍ୟ ବୁଧବାର ପ୍ରାର୍ଥୀ ଘୋଷଣା ହୋଇଛି। ମୟୂରଭଞ୍ଜରେ ଜେଏମଏମ ଲୋକସଭା ଆସନ ସହିତ ମୋରଡ଼ା, ବାଙ୍ଗିରିପୋଷି, ସାରସକଣା ଓ ରାଇରଙ୍ଗପୁର ବିଧାନସଭାରେ ପ୍ରାର୍ଥୀ ଦେଇଛି। ସେହିପରି ଜେଏମଏମ ବୀରମିତ୍ରପୁର ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଦେଇଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବିଧାନସଭା ଆସନରେ ମଧ୍ୟ ଦଳ ପ୍ରାର୍ଥୀ ଦେଇଛି। ତେବେ ବୀରମିତ୍ରପୁର ଆସନରେ କଂଗ୍ରେସ ପକ୍ଷରୁ ଜର୍ଜ ତିର୍କୀଙ୍କ ପୁଅଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ତେଣୁ ଏହି କ୍ରମରେ ଉଭୟ ଦଳ ମଧ୍ୟରେ କିଛି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲେଇର ପ୍ରସଙ୍ଗ ସାମ୍ନାକୁ ଆସିଛି। ମୟୂରଭଞ୍ଜ ଲୋକସଭା ସମେତ ୫ ବିଧାନସଭା ବିଷୟ ପ୍ରାୟତଃ ଚୁଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଜେଏମଏମର ବହୁ ବରିଷ୍ଠ ନେତା ଏନେଇ ରାଞ୍ଚି ଯାତ୍ରା କରିଥିଲେ।

ଜେଏମ୍‌ଏମ୍‌ ଟିକେଟ:

ମୟୂରଭଂଜ ଲୋକସଭା ଆସନ: ଅଂଜଳୀ ସୋରେନ୍‌

ବିଧାନସଭା ଆସନ

୧) ବାଙ୍ଗିରିପୋଷି: ସୁନ୍ଦର ମୋହନ ସିଂହ
୨) ମୋରଡା: କଳିଙ୍ଗ କେଶରୀ ଜେନା
୩) ରାଇରଙ୍ଗପୁର: ସୁନାରାମ ଟୁଡୁ
୪) ସାରସକଣା: ମହେଶ ଚନ୍ଦ୍ର ହେମ୍ବ୍ରମ୍‌
୫) ବୀରମିତ୍ରପୁର: ସେଭିଅନ ଆଇନ୍ଦ

ମୟୂରଭଞ୍ଜରେ ୪ ବିଧାନସଭା ଏବଂ ୧ ଲୋକସଭା ଆସନ ଜେଏମଏମକୁ ଛାଡ଼ିଛି ଜିଲ୍ଲା କଂଗ୍ରେସ। ଅନ୍ୟପକ୍ଷରେ ଏନେଇ ଜିଲ୍ଲାସ୍ତରୀୟ କଂଗ୍ରେସର ବରିଷ୍ଠ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଅନେକ ନେତା ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ସପକ୍ଷରେ ଅଛନ୍ତି। ମାତ୍ର୍ର ଜେଏମଏମକୁ ଏତେ ସଂଖ୍ୟକ ଆସନ ଛାଡ଼ିବା ସପକ୍ଷରେ ନାହାନ୍ତି। ଏହାରି ଭିତରେ ଜେଏମଏମ ମୟୂରଭଞ୍ଜରେ ସର୍ବନିମ୍ନ ୧ ଲୋକସଭା ଓ ୪ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି।

ସମ୍ବନ୍ଧିତ ଖବର