ଭବାନୀପାଟଣା,: ଲଗାଣ ବର୍ଷା ଓ ବିଜୁଳି କାଟ୍ ଯୋଗୁଁ ବେହାଲ ହୋଇପଡ଼ିଛି କଳାହାଣ୍ଡି ଜିଲ୍ଲା। ମଙ୍ଗଳବାର ଅପରାହ୍ଣ ୨ଟାରୁ କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିବା ଓ ୪ଟାରୁ ବିଦ୍ୟୁତ୍ ବିଭ୍ରାଟ ଲାଗି ରହିଛି। ଭବାନୀପାଟଣା ଓ କେସିଙ୍ଗା ମଧ୍ୟରେ ୧୩୨ କେଭି ବିଦ୍ୟୁତ୍ରେ ବିଭ୍ରାଟ ଯୋଗୁଁ ରାତି ତମାମ ଜିଲ୍ଲାବାସୀଙ୍କୁ ଅନ୍ଧାରରେ ରହିବାକୁ ପଡ଼ିଛି। ଲଗାଣ ବର୍ଷା ଯୋଗୁଁ ବିଦ୍ୟୁତ୍ କେଉଁଠି ବିଭ୍ରାଟ ହୋଇଛି ଠାବ ହୋଇ ପାରି ନାହିଁ। ଆସନ୍ତାକାଲି ସକାଳେ ଏ ନେଇ ପାଟ୍ରୋଲିଂ କରାଯିବ ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷ କରି ଭବାନୀପାଟଣା ସହର, ସଦର ବ୍ଲକ୍, ଜୁନାଗଡ଼, ଧର୍ମଗଡ଼, କଲମପୁର, ଗୋଲାମୁଣ୍ଡା ଆଦି ବହୁ ଅଞ୍ଚଳ ଅନ୍ଧାରରେ ରହିଛି।