ବସ୍‌ରେ କନ୍ୟା ସନ୍ତାନ ଜନ୍ମ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ମିନଗୁର ଗାଁର ଜଣେ ଗର୍ଭବତୀ ମହିଳା ଜୁନାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ବସ୍‌ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମିନଗୁର ଗାଁର ଜଣେ ଗର୍ଭବତୀ ମହିଳା ଯମୁନା ବାଗ ନିଜର ନାବାଳକ ପୁଅ ସହ ଜୁନାଗଡ଼ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ଘରୋଇ ବସ୍‌ରେ ଆସୁଥିଲେ। ବାଟରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା ଓ କଲମପୁର ଛକ ନିକଟରେ ବସ୍‌ରେ ହିଁ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପରେ ଡ୍ରାଇଭର ମାନବିକତା ଦୃଷ୍ଟିରୁ ବସ୍‌ଟିକୁ ବସଷ୍ଟାଣ୍ଡ ନେବା ପରିବର୍ତ୍ତେ ଜୁନାଗଡ଼ ଡାକ୍ତରଖାନାକୁ ଆଣିଥିଲେ।

ସମ୍ବନ୍ଧିତ ଖବର