ଛୁରି ଭୁସି ଯୁବକଙ୍କୁ ହତ୍ୟା

ଭବାନୀପାଟଣା/ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବସନ୍ତପଡ଼ାରେ ରବିବାର ରାତିରେ କେହି ଜଣେ ଦୁର୍ବୃତ୍ତ ମୃଣାଳୁ ହାଲଦାର (୪୫)ଙ୍କୁ ଛୁରି ଭୁସି ହତ୍ୟା କରିଛି। ପ୍ରକାଶ ଯେ, ବସନ୍ତପଡ଼ାରେ ରାତି ପ୍ରାୟ ୧୦ଟାରେ ମୃଣାଳୁଙ୍କୁ କେହି ଛୁରାରେ ଭୁସି ହତ୍ୟା କରିଥିଲା। ମୃଣାଳୁଙ୍କ ଚିତ୍କାର ଶୁଣି ପରିବାର ଓ ଆଖପାଖ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଲାଞ୍ଜିଗଡ଼ ଥାନାକୁ ଖବର ଦେଇଥିଲେ। ରିପୋର୍ଟ ଲେଖାହେଲା ବେଳକୁ ଲାଞ୍ଜିଗଡ଼ ଥାନା ଆଇଆଇସି ସଂଜୟ ମଣ୍ଡଳ, ଏଏସ୍‌ଆଇ ବ୍ରଜକିଶୋର ଦୁରିଆ, ବିପିନ କୁଲଦୀପ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର