ଦାରିଙ୍ଗବାଡ଼ିରେ କୃଷକ କଲ୍ୟାଣ ମେଳା

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ କୃଷିବିଭାଗ ପକ୍ଷରୁ କୃଷି କାର୍ଯ୍ୟାଳୟ ପରିସରରେ କୃଷକ କଲ୍ୟାଣ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସହକାରୀ କୃଷି ଅଧିକାରୀ ପବିତ୍ର ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ଓ ସମିତିସଭ୍ୟ ଓ କନ୍ଧମାଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ କୃଷି ବୈଜ୍ଞାନିକ ଡା.ଦେବାଶିଷ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ କୃଷି ସହ ଉନ୍ନତ ବିହନ, ଜୈବିକ ସାରର ପ୍ରୟୋଗ, ମାଟି ପରୀକ୍ଷାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା।

ଏଥିରେ ସମସ୍ତ ଚାଷୀ ଯୋଗ ଦେଇଥିବା ବେଳେ ସରପଞ୍ଚ ସୁଜାତା ପ୍ରଧାନ, କପିଳାସ ମଲିକ, ଆକାଶ ପ୍ରଧାନ, ଅନିମା ପ୍ରଧାନ, ବବିତା ମାଝି, କେଶବସେନ ମୁଠାମାଝି, ସୁପର୍ଣ୍ଣା ପ୍ରଧାନ ଓ ସମିତିସଭ୍ୟ କରମସିଂ ନାୟକ, ପ୍ରକାଶ ପ୍ରଧାନ, ରାଜେନ୍ଦ୍ର ସାହୁ,ବିନୁରି ପ୍ରଦାନ ଓ ଉପେନ୍ଦ୍ର ମୁଠାମାଝି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚାଷୀ ଓ ପଶୁପାଳକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦାରିଙ୍ଗବାଡ଼ି ସହକାରୀ କୃଷି ଅଧିକାରୀ ପବିତ୍ର ମୋହନ ସାହୁ ସଂଯୋଜନା କରିଥିବା ବେଳେ ବ୍ଲକ ପ୍ରାଣୀ ଚ଼ିକିତ୍ସା ଅଧିକାରୀ ଡା.ଶ୍ରୀପତି ଦାସ, ଉଦ୍ୟାନ ବିଭାଗ ପ୍ରତିନିଧି ବଟକୃଷ୍ଣ କଟା, ସୁରେନ୍ଦ୍ର ପ୍ରଧାନ, ପ୍ରଫୁଲ ଚନ୍ଦ୍ର ପ୍ରଧାନ, ବିକ୍ରମ ପ୍ରଧାନ, କାଳିନିର ନାୟକ, ଅମୟ କୁମାର ପଟ୍ଟନାୟକ, ରଞ୍ଜିତ ପଟ୍ଟନାୟକ ଓ ଅରୁଣ କୁମାର ପଟ୍ଟନାୟକ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର