ସେବାଶ୍ରମର ୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଆସନ୍ତାକାଲି କନ୍ଧମାଳ ବନ୍ଦ

କନ୍ଧମାଳ: ଦାରିଙ୍ଗବାଡ଼ି ଅଂଚଳରେ ଥିବା ସେବାଶ୍ରମରେ ୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣାରେ ଗୁରୁବାର କନ୍ଧମାଳ ବନ୍ଦ ରହିବ। ଉଭୟ ଭାରତୀୟ ଜନତା ପାର୍ଟି ଓ କନ୍ଧମାଳ ସୁରକ୍ଷା ଅଭିଯାନ ତରଫରୁ ବନ୍ଦ ଡାକରା ଦିଆଯାଇଛି। ମନ୍ତ୍ରୀ ରମେଶ ମାଝୀ, ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା ଓ ଜିଲ୍ଲାପାଳଙ୍କ ବଦଳି ଦାବି କରାଯାଇଛି।

ସେବାଶ୍ରମ ଘଟଣା ନେଇ ମଙ୍ଗଳବାର ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନ୍‌ସିପିସିଆର)ଙ୍କ ତରଫରୁ ନୋଟିସ୍‌ ଜାରି କରାଯାଇଛି। କନ୍ଧମାଳ ଏସ୍‌ପିଙ୍କୁ ହୋଇଥିବା ନୋଟିସ୍‌ରେ କୁହାଯାଇଛି ଯେ ୭ ଦିନ ମଧ୍ୟରେ ଘଟଣାର ନିରପେକ୍ଷ ତଦନ୍ତ ହେଉ। ପୀଡ଼ିତା ଛାତ୍ରୀଙ୍କ ନାଁ ସହିତ ଆବାସିକ ଠିକଣା ଉଲ୍ଲେଖ କରାଯାଉ। ଥାନାରେ ଅଭିଯୋଗ ହୋଇଥିବା ଏଫ୍‌ଆଇଆରର କପି ସଂଲଗ୍ନ କରାଯାଉ। ସେହିଭଳି ୧୬୪ ଧାରାରେ ପୀଡ଼ିତାର ବୟାନ ରେକର୍ଡ କରାଯାଇ ସଂଲଗ୍ନ କରାଯାଉ ବୋଲି ଏନ୍‌ସିପିସିଆର ନୋଟିସ ଜାରି କରିଛନ୍ତି।

ସୂଚନାଯୋଗ୍ୟ ସୋମବାର ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏନ୍‌ଏଚ୍‌ଆରସି ନିଜ ତରଫରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଶେଷ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖର କରିବାକୁ ମୁଖ୍ୟ ସଚିବଙ୍କୁ ଆଦେଶ ଦେଇଛନ୍ତି।

ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡ଼ି ଠାରେ ଥିବା ସେବାଶ୍ରମରେ ୮ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା ରବିବାର ସକାଳୁ ଲୋକଲୋଚନକୁ ଆସିଥିଲା। ଏହି ଖବର ପ୍ରସାର ପରେ ସହ ସହ ଲୋକ ସ୍କୁଲ ସମ୍ମୁଖରେ ରୁଣ୍ଡ ହୋଇଥିଲେ। ଧୀରେ ଧୀରେ ଉତେଜନା ବଢ଼ିଥିଲା। ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏ ନେଇ ଦାରିଙ୍ଗବାଡି ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନକୁ ଗିରଫ କରି ପଚରା ଉଚରା ଜାରି ରଖିଛି।

ଏହି ଘଟଣା ନେଇ ଏସ.ପି ପ୍ରତୀକ ସିଂ କହିଥିଲେ ଯେ, ୭/୮ ମାସ ପୂର୍ବେ ଗାଁର ଏକ ଚର୍ଚ୍ଚ ନିକଟରେ ଯୁବକ ଜଣକ ତାକୁ ଦୁଷ୍କର୍ମ କରିଥିଲା କିନ୍ତୁ ଛାତ୍ରୀ ଜଣକ କାହାରିକୁ କହିନଥିଲା। ଏଣୁ ସକାଳୁ ସକାଳୁ ଏଭଳି ଘଟଣା ଘଟିଲା ପୁଲିସ ଶୁଣିବା ପରେ ସାଙ୍ଗେ ସଙ୍ଗେ ପୁଲିସ ସ୍କୁଲରେ ପହଂଚି ଥିଲା କିନ୍ତୁ ଛାତ୍ରୀ ଜଣକ ସେହି ସମୟରେ ଛାତ୍ରୀକୁ ବାଲିଗୁଡା ମେଡିକାଲକୁ ନିଆଯାଇ ସାରିଥିଲା। ତଦନ୍ତ ଚାଲୁ ରହିଛି। ଏହି ମାମଲାରେ ଜିଲ୍ଲାପାଳ ଜିଲ୍ଲାପାଳ ଡ଼. ବୃନ୍ଦା ଡି ସ୍କୁଲର ନଅ ଜଣ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସ୍କୁଲର ତିନି ଜଣ ସହକାରୀ ସୁପରଟେଣ୍ଡେଟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିପରି ଦୁଇ ଜନ ମେଟ୍ରୋନ ସୌଦାମିନୀ ସିଂ ଓ ମଞ୍ଜଲା ଡିଗାଲ, ଜଣେ ଏନଏମ ଶୈବଳିନୀ ପ୍ରଧାନ କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଜିଲ୍ଲା ମଙ୍ଗଳ ଅଧିକାରିଣୀ ଚାରୁଲତା ମଳିକ ଦୁଇ ସି.ସି.ଏ ସୁମିତ୍ରା ମାଝୀ ଓ ରଶ୍ମି ପ୍ରଧାନ ଓ ଜଣେ ଓ୍ଵାର୍ଡନ ଲତା ପ୍ରଧାନକୁ କାର୍ଯ୍ୟରୁ ବହିଷ୍କୃାର କରିଛନ୍ତି।

ସମ୍ବନ୍ଧିତ ଖବର