କାଠପଟା ଜବତ, ଚାଲାଣକାରୀ ଚମ୍ପଟ୍ 

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ବନାଞ୍ଚଳ ପକ୍ଷରୁ ଶୁକ୍ରବାର ଚଢଉ ବେଳେ ଶାଳକାଠପଟା ଜବତ ‌ହୋଇଥିବା ବେଳେ ଚାଲାଣକାରୀ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ବାଡ଼ାବାଙ୍ଗା ପଞ୍ଚାୟତ ପିଅବାଡ଼ି ଜଙ୍ଗଲରୁ କାଠପଟା କାଟି ଜଣେ ‌ଚାଲାଣକାରୀ ନେଉଥିବା ବେଳେ ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଚଢଉ କରାଯାଇ ୧୮ଟି ପଟା ଜବତ କରାଯାଇଥିଲା। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଫରେଷ୍ଟଗାର୍ଡ ସୁବ୍ରତ ନାୟକ, ହରିହର ବେହେରା, ରେଂଜର ମାଧବ ‌ଚନ୍ଦ୍ର ବେହେରା ପ୍ରମୁଖ ଚଢଉରେ ସାମିଲ ହୋଇ ଥିଲେ।

ସମ୍ବନ୍ଧିତ ଖବର