କେନ୍ଦ୍ରାପଡ଼ା: ଯୁବକଙ୍କୁ ଛୁରୀ ଭୁସି ହତ୍ୟା

କେନ୍ଦ୍ରାପଡ଼ା: ରାଜକନିକା ଥାନା ଅନ୍ତର୍ଗତ ଓଲାଭର ବାଇସାହିରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ବାଇସାହିର ବିନୋଦ ବାଇ ବୋଲି ଜଣାପଡ଼ିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପରକୀୟା ପ୍ରିତିରୁ ହତ୍ୟାକାଣ୍ଡ ଘଟିଛି।

ସମ୍ବନ୍ଧିତ ଖବର