କେନ୍ଦ୍ରାପଡ଼ା: ଜାତୀୟ ରାଜପଥ ‘୫-ଏ’ର ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ନିକଟରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଯୁବକଙ୍କୁ ଗିରଫ ଦାବିରେ ରବିବାର ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ କଜେଲ ଛାତ୍ରୀ ଜଣକ କଟକରୁ କେନ୍ଦ୍ରାପଡ଼ା ଯିବା ପାଇଁ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଓହ୍ଲାଇଥିଲେ। ସେଠାରୁ ସେ ଏକ ଟାଟା ମ୍ୟାଜିକରେ ବସି ଥିଲେ। ସସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀ ଭୂତମୁଣ୍ଡାଇ ଓଭରବ୍ରିଜ ନିକଟରେ ଓହ୍ଲାଇଥିଲେ। ତାଙ୍କ ସାଥିରେ ଆଉ ୩ଜଣ ଝିଅ ଓ ଜଣେ ପୁଅ ମଧ୍ୟ ଟାଟା ମ୍ୟାଜିକରୁ ଓହ୍ଲାଇ ଥିଲେ। ଅନ୍ୟ ଝିଅମାନେ ନିଜ ନିଜ ରାସ୍ତାରେ ଚାଲି ଯାଇଥିବା ବେଳେ, ଛାତ୍ରୀ ଜଣକ ବାଟ ବଣା ହୋଇ କଲେଜକୁ ଯାଉଥିବା ବେଳେ ଟାଟା ମ୍ୟାଜିକରୁ ଓହ୍ଲାଇଥିବା ଏକୁଟିଆ ସୁଯୋଗ ପାଇ ଟଣାଓଟରା ଓ ଅସଦଚାରଣ କରିଥିଲା। ମାତ୍ର ଛାତ୍ରୀ ବଡ ପାଟିରେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ପହଞ୍ଚିବା ପୂର୍ବରୁ ଯୁବକ ଜଣକ ଫେରାର ହୋଇ ଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକେ ମାର୍ଶାଘାଇ ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ପୁଲିସ ଦେଢ଼ ଘଣ୍ଟା ବିଲମ୍ବରେ ପହଞ୍ଚି ଥିବାରୁ ଲୋକେ ଉତ୍ତେଜିତ ହୋଇ ରାସ୍ତାରୋକ କରିଥିଲେ। ଫଳରେ ଚଣ୍ଡିଖୋଲ କେନ୍ଦ୍ରାପଡ଼ା ରାସ୍ତାରେ ଶତାଧିକ ଯାନବାହାନ ଛିଡ଼ା ହୋଇଥିଲା। ପରେ କେନ୍ଦ୍ରାପଡ଼ା ଏସ୍ଡିପିଓ ଘଟଣାସ୍ଥଲରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଅବସ୍ଥା ସ୍ୱାଭାବିକ ହୋଇଥିଲା।