ବିଚ୍‌ ରାସ୍ତାରେ ଆର୍‌ଆଇଙ୍କୁ ମାଡ଼

ରାଜନଗର : ଗୋଟଏ ପଟେ କଣାସ ତହସିଲ୍‌ର ଜଣେ ଅତିରିକ୍ତ ତହସିଲ୍‌ଙ୍କୁ ମାଡ଼ମରା ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ଠିକ୍‌ ସେହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗରର ଜଣେ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ)ଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ ହୋଇଛି। କୌଣସି କାରଣ ନ ଥାଇ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।

ଆକ୍ରମଣର ଶିକାର ହୋଇଥିବା ରାଜସ୍ୱ ନିରୀକ୍ଷକ ହେଲେ ଦେବେନ୍ଦ୍ର କୁମାର ସ୍ୱାଇଁ। ସେ ରାଜନଗର ତହସିଲ୍‌ ଅନ୍ତର୍ଗତ କେରଡାଗଡ଼ରେ କାର୍ଯ୍ୟରତ ଅଛନ୍ତି। ଆଜି ସେ ଅଫିସ୍‌ରୁ ତହସିଲ୍‌କୁ ଆସୁଥିବାବେଳେ ବାଟରେ କେରଡାଗଡ଼ ଗାଁର ସୁକାନ୍ତ କୁମାର ମାଝୀ ହଠାତ୍‌ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ହେଲ୍‌ମେଟ୍‌ ଛଡ଼ାଇ ନେବା ରାସ୍ତା ଉପରେ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ତହସିଲ୍‌ଦାର୍‌ ଶ୍ରୀ ବେହେରା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର