ଟ୍ରକ୍‌ ଚାପାରେ ପ୍ରାତଃ ଭ୍ରମଣ କରୁଥିବା ଦୁଇ ଭଉଣୀ ମୃତ

କେନ୍ଦୁଝର: ସୋମବାର ସକାଳେ କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରାଇସୁଆଁ ଠାରେ ଟ୍ରକ୍‌ ଚାପାରେ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଛି।

ମୃତା ଭଉଣୀ ଦ୍ୱୟ ହେଉଛନ୍ତି ରାଇସୁଅାଁ ଗ୍ରାମର ୪୫ ବର୍ଷୀୟ ନିବେଦିତା ଦାସ ଏବଂ ୫୫ ବର୍ଷୀୟ ପଙ୍କଜିନୀ ଦାସ। ସବୁ ଦିନ ପରି ଦୁହେଁ ଆଜି ମଧ୍ୟ ସକାଳ ବୁଲା ପାଇଁ ବାହାରିଥିଲେ।

ଦୁହେଁ ରାସ୍ତା କଡ଼େ କଡ଼େ ଚାଲୁଥିବା ବେଳେ ପଛପଟୁ ଦ୍ରୁତ ବେଗରେ ଆସୁଥିବା ଗୋଟାଏ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା। ଟ୍ରକ୍‌ ଚାପା ଯୋଗୁଁ ଦୁହିଁଙ୍କର ଅନ୍ତଃବୁଜୁଳା ବାହାରି ପଡ଼ିଥିଲା ଓ ଘଟଣାସ୍ଥଳରେ ହିଁ ସେମାନେ ମୃତ୍ୟୁବରଣ କରିଥିଲେ।

ସଦର ପୁଲିସ ଘଟଣାସ୍ଥଳରୁ ପଳାଇ ଯାଇଥିବା ଟ୍ରକ୍‌ର ପିଛା କରିଥିଲେ ଓ ଶେଷରେ ବନାଯୋଡ଼ି ଟୋଲ୍‌ ଗେଟ୍‌ ଠାରେ ତାକୁ ଧରିଥିଲେ।

ବ୍ୟବଚ୍ଛେଦ ନିମନ୍ତେ ଶବ ଦୁଇଟିକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଛି।

ସମ୍ବନ୍ଧିତ ଖବର