ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ପିପଳପଦର ଗ୍ରାମପଞ୍ଚାୟତର କେସ୍କାପାଡି ଗାଁର ଜଣେ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଆତ୍ମହତ୍ୟା କରିଥିବା ନେଇ ରବିବାର ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଲକ୍ଷ୍ମୀପୁର ଆଇଆଇସି ରମାକାନ୍ତ ମୁଦୁଲିଙ୍କ ସୂଚନା ମୁତାବକ କେସକାପାଢି ଗାଁର କୁନ୍ତିମଣୀ ହାଲଓ୍ଵା ନାମକ ନବମ ଶ୍ରେଣୀର ଛାତ୍ରୀ ନିଲାବାଡି ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲା ଏନେଇ କିଛି ଦିନ ତଳେ ସ୍କୁଲ୍ କର୍ତ୍ତୃୃପକ୍ଷ ତାଙ୍କ ପରିବାର ବର୍ଗଙ୍କୁ ଝିଅଙ୍କ ସଂର୍କରେ ଅବଗତ କରାଯିବା ପରେ କୁନ୍ତୀ ବଡପାପା ପୁଅ ନିଲାବାଡିରେ ପହଞ୍ଚି କୁନ୍ତୀଙ୍କୁ ଧରି ଚାଲିଆସିଥିଲୋ ଝିଅ ଚାଲିଆସିବାର କିଛି ଦିନ ପରେ ଗାଁରେ ଆତ୍ମହତ୍ୟା କରିଥିଲାା ଗତ ୫ତାରିଖ ଦିନ ଆତ୍ମହତ୍ୟା କରିଥିଲେ ମଧ୍ୟ ଲକ୍ଷ୍ମୀପୁର ପୋଲିସକୁ କୌଣସି ପ୍ରକାର ଖବର ନଜଣାଇ ପରିବାର ଲୋକ ଶବଦାହ କରିଦେଇଥିଲୋ କୁନ୍ତୀଙ୍କ ବଡବାପା ଆନନ୍ଦ ହାଲୱା ଶନିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ପର୍ଦାଫାସ ହୋଇଛି ଓ ଲକ୍ଷ୍ମୀପୁର ଆଇଆଇସି ରମାକାନ୍ତ ମୁଦୁଲିଙ୍କ ସହ ସାଇଣ୍ଟିଫିକ୍ ଟିମ୍ ରବିବାର କେସ୍କାପାଡି ଗାଁରେ ପହଞ୍ଚି ଶବଦାହ କରିବା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିା
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣା ଘଟି ପ୍ରାୟ ୧୫ ଦିନ ହୋଇଯାଇଥିବା କାରଣରୁ ପୋଲିସକୁ ହାଡ ପାଉଁଶ ମଧ୍ୟ ମିଳିନଥିବା ବେଳେ ପରିବର ଲୋକେ କେବଳ ଝିଅ ବ୍ୟବହାର କରୁଥିବା ମୋବାଇଲ୍ ଗୋଟିଏ ଧରି ଫେରିଛିା ଥାନା ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖାଯାଇଛି ଓ ନିଲାବାଡି ଆଶ୍ରମ ସ୍କୁଲରେ ମଧ୍ୟ ପୋଲିସ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ଆଇଆଇସି ସୂଚନା ପ୍ରଦାନ କରିଥିବା ବେଳେ କେଉଁ କାରଣରୁ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ତାହା ବର୍ତମାନ ସନ୍ଦେହ ଘେରରେ।