ଗଞ୍ଜେଇ ଚାଲାଣ ମାମଲା : ପୁଣି ଜଣେ ଏପିଆର୍‌ ପୋଲିସ୍‌ କନଷ୍ଟେବଳ ଗିରଫ

ଲକ୍ଷ୍ମୀପୁର: ଚଳିତ ମାସ ୧୧ ତାରିଖରେ ଲମତାପୁଟ୍‌ ଅଞ୍ଚଳରୁ ଏକ ଦଶ ଚକିଆ ଟ୍ରକରେ ଉତ୍ତର ପ୍ରଦେଶକୁ ୮୬୫ କିଲୋ (୧୩୦ ପକେଟ) ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଲକ୍ଷ୍ମୀପୁର ପୁଲିସର ହାବୁଡରେ ପଡିଥିଲାା ଏହି ମାମଲାରେ ପୁଲିସ ଆଗରୁ ଗାଡିର ହେଲପର୍‌ ସହ ମୁଖ୍ୟ ବ୍ୟବସାୟୀ ଏପିଆର୍‌ କନଷ୍ଟେବଳ ଭଗବାନ ଖିଲକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଟ୍ରକ ମାଲିକ ତଥା ଡ୍ରାଇଭର ଏପର୍ଯ୍ୟନ୍ତ ଫେରାର ଅଛି। ଏହି ମାମଲାରେ ବୁଧବାର ପୁଣି ଜଣେ ଏପିଆର୍‌ ପୁଲିସ୍‌ କନଷ୍ଟେବଳ ହରେକ୍ରୀଷ୍ନା ଚେଟି ଓରଫ କ୍ରୀସ୍‌କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛିା

ଉଭୟ ଏପିଆର୍‌ ପୁଲିସ କନଷ୍ଟେବଳ ଗଞ୍ଜେଇ ଚାଲାଣରେ ମୁଖ୍ୟକାରପେଟଦାର ଥିଲେ ବୋଲି ଲକ୍ଷ୍ମୀପୁର ଏସଡିପିଓ ସୂଚନା ପ୍ରଦାନ କରିଛନ୍ତିା ଏହି ମାମଲାରେ ଲକ୍ଷ୍ମୀପୁର ଆଇଆଇସି ଜଗନ୍ନାଥ ଆଚାର୍ଯ୍ୟଙ୍କୁ ଡ୍ରାଇଭର ଫେରାର୍‌ ମାମଲାରେ ଚାକିରିରୁ ନିଳମ୍ବିତ କରାଯାଇଥିବା ବେଳେ ଗଞ୍ଜେଇ ଚୋରାଚାଲାଣରେ ପୁଲିସ କନଷ୍ଟେବଳ ମାନଙ୍କର ହାତ ଲମ୍ବା ରହିଛି ତାହା ଦୁଇଜଣଙ୍କ ଗିରିଫ ପରେ ସ୍ଫଷ୍ଠ ହୋଇଯାଇଛିା ବର୍ତମାନ ମଧ୍ୟ ତଦନ୍ତ ଯାରି ରଖିଥିବା ବେଳେ ଡ୍ରାଇଭର ତଥା ମାଲିକ ଫେରାର୍‌ରେ ଯେଉଁମାନେ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତିା

ସମ୍ବନ୍ଧିତ ଖବର